ଲଦାଖରେ ହିଂସା ଘଟଣା, ଗିରଫ ହେଲେ ସାମାଜିକ କର୍ମୀ ସୋନମ୍ ବାଙ୍ଗଚୁକ

କିଛିଦିନ ତଳେ ଲେହ-ଲଦାଖରେ ହୋଇଥିବା ହିଂସା ଘଟଣାରେ ସୋନମ୍ ବାଙ୍ଗଚୁକଙ୍କୁ ଗିରଫ କରାଯାଇଛି । ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।ଲଦାଖ ଡିଜିପି ଏସ.ଡି. ସିଂହ ଜାମଓ୍ବାଲଙ୍କ ନେତୃତ୍ଵରେ ଲଦାଖ ପୁଲିସର ଏକ ଟିମ ସୋନମଙ୍କୁ ଗିରଫ କରିଛି। ଏହା ପରେ ଜରୁରିକାଳୀନ ଭିତ୍ତିରେ ଲେହରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ଏହା ସହିତ ବ୍ରଡବ୍ୟାଣ୍ଡ ସ୍ପିଡ୍‌ ହ୍ରାସ କରିଦିଆଯାଇଛି।ଏହାସହ ସୋନମଙ୍କ ବେସରକାରୀ ସଂଗଠନକୁ ବିଦେଶୀ ଟଙ୍କା ଆସୁଥିବା ଅଭିଯୋଗରେ ଏନଜିଓର ଲାଇସେନ୍ସ ମଧ୍ୟ ବାତିଲ କରିଛନ୍ତି । ବାଙ୍ଗଚୁକଙ୍କ ଉପରେ ସରକାର ଏନଜିଓ ପାଇଁ ବିଦେଶର ଫଣ୍ଡ ହାସଲ କରିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।ସୋନମ୍ ବାଙ୍ଗଚୁକ୍ ଦୀର୍ଘବର୍ଷ ହେବ ଲଦାଖକୁ ପୂର୍ଣ୍ଣ ରାଜ୍ୟ ଓ ଷଷ୍ଠ ଅନୁସୂଚୀରେ ସାମିଲ କରିବାକୁ ଦାବି କରୁଥିଲେ । ବିଭିନ୍ନ ସମୟରେ ଏହାକୁ ନେଇ ସେ ଲଦାଖରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନଶନ ମଧ୍ୟ କରିଛନ୍ତି । ହେଲେ ସେପ୍ଟେମ୍ବର ୧୦ ତାରିଖରୁ ଆନ୍ଦୋଳନ ତୀବ୍ର ହୋଇଥିଲା । ଲଦାଖର ଜେନ-ଜି ମାନେ ଏହି ଆନ୍ଦୋଳନକୁ ହିଂସକ ରୂପ ଦେଇଥିଲେ ।

ଅଧିକ ପଢନ୍ତୁ

Odisha Darpan Digital