ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ। ଜମିର ମ୍ୟୁଟେସନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ପିପିଲି ତହସିଲ ବନ୍ତଳସିଂ ଆରଆଇ ଜୀବନ କିଷ୍ଣା ପରିଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କ ନିକଟରୁ ଭିଜିଲାନ୍ସ ଟିମ୍ ୬୦ ହଜାର ଟଙ୍କା ଜବତ କରିଛି।ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ RI ଜୀବନ କୃଷ୍ଣ ପରିଡ଼ା ୬ଟି ପୈତୃକ ପ୍ଲଟର ମ୍ୟୁଟେସନ ଆବେଦନ ପାଇଁ କେସ୍ ପିଛା ୧୫,୦୦୦ ଟଙ୍କା ହିସାବରେ ମୋଟ ୯୦,୦୦୦ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀଙ୍କ ବାରମ୍ବାର ଅନୁରୋଧ ପରେ, ପରିଡ଼ା ଲାଞ୍ଚ ରାଶିକୁ ୬୦,୦୦୦ ଟଙ୍କାକୁ କମାଇ ଦେଇଥିଲେ।

ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଏକ ଜାଲ ବିଛାଯାଇଥିଲା। RI ପରିଡ଼ା ୬୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଭିଜିଲାନ୍ସ ଟିମ୍ ପରିଡ଼ାଙ୍କଠାରୁ ସମ୍ପୂର୍ଣ୍ଣ ୬୦,୦୦୦ ଟଙ୍କା ଲାଞ୍ଚ ଟଙ୍କା ଜବତ କରିଛି।

ଅଧିକ ପଢନ୍ତୁ

Odisha Darpan Digital