ଲା​‌ହୋରରେ ପାକ୍ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କଲା ଭାରତ​‌

ଭାରତର ଆକ୍ରମଣରେ ଥରହର ହେଲାଣି ପାକିସ୍ତାନ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ମଧ୍ୟରାତ୍ରରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର, ଯାହା ଏବେ ବି ଜାରି ରହିଛି। ଭାରତର ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନ ମଧ୍ୟ ନିୟନ୍ତ୍ରଣ ରେଖାରେ ଗୁଳିବର୍ଷା ବଢ଼ାଇ ଦେଇଛି। ଏହି ସମୟରେ, ଖବର ଆସୁଛି ଯେ ପାକିସ୍ତାନୀ ସେନାର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିଛି ଭାରତ।ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ପାକିସ୍ତାନର ବିଭିନ୍ନ ସହରରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଭାରତ ପକ୍ଷରୁ ଏହି ଡ୍ରୋନ୍‌ ଆଟାକରେ ପାକିସ୍ତାନାରେ ଲାଗିଥିବା ଚୀନ ନିର୍ମିତ ଡିଫେନ୍ସ ସିଷ୍ଟମ୍‌ HQ-9 କୁ ପୁରା ନଷ୍ଟ କରାଯାଇଛି । ପାକିସ୍ତାନ ଏହାକୁ ଖଣ୍ଡନ କରୁଥିବା ବେଳେ ବିଦେଶୀ ମିଡିଆ ଏବଂ ଭାରତୀୟ ସେନା ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇଛି । ସେନା ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ମେ ୭ ଏବଂ ମେ ୮ର ପାକିସ୍ତାନର ବିଭିନ୍ନ ସ୍ଥାନରେ ଡ୍ରୋନ୍‌ ଜରିଆରେ ହମ୍‌ଲା ହୋଇଛି । ଖାସ୍‌ କରି ପାକିସ୍ତାନର ରାଡାର ଏବଂ ଡିଫେନ୍ସ ସିଷ୍ଟମ୍‌କୁ ଟାର୍ଗେଟ କରାଯାଇଥିଲା । ଲାହୋରରେ ଲାଗିଥିବା ଏକ ଡିଫେନ୍ସ ସିଷ୍ଟମକୁ ନଷ୍ଟ କରାଯାଇଛି ।

ଅଧିକ ପଢନ୍ତୁ

kc ads