ବଲାଙ୍ଗିର ମହାଲକ୍ଷ୍ମୀ ନଗରର ୨୪ ବର୍ଷୀୟ ସୌରଭ ସମ୍ବିତ ତ୍ରିପାଠୀ। ଯିଏ କିଛି ଦିନ ପୂର୍ବରୁ ଚିପିଲିମା ପାଓ୍ବାର କେନାଲରୁ ମୃତଦେହ ଉଦ୍ଧାର ହୋଇଥିଲା | ସୌରଭଙ୍କ ମାଆ ଚାରୁପମା ମିଶ୍ର ବଲାଙ୍ଗିର ଋଷୁଡା କଲେଜରେ ଅଧ୍ୟାପିକା। ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୀମସାରରେ ଚିକିତ୍ସିତ ହେଉଥିଲେ। ମାଆକୁ ଏକମାସ ହସ୍ପିଟାଲରେ ଜଗି ରହି ସେବା ସୁଶ୍ରୁସା କରିଚାଲିଥିଲେ ପୁଅ । କିନ୍ତୁ ମାଆ ଆଉ ସୁସ୍ଥ ହୋଇ ଫେରିବନି ବୋଲି ଆଶା ଛାଡି ଦେଇ କେନାଲକୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେପଟେ ମାଆ ମୋବାଇଲକୁ ଛାଡି ଯାଇଥିଲେ କୋହଭରା ମ୍ୟାସେଜ୍ । ଆଇ ଲଭ ୟୁ ମାଆ, ମୁଁ ଆଉ ଦେଖି ପାରୁନି ତୋ କଷ୍ଟ ଓ ଯନ୍ତ୍ରଣା…ସେଥିପାଇଁ ମୁଁ ମୋ ଜୀବନ ହାରିବାକୁ ଯାଉଛି… ମୁଁ ଯାଉଛି ମା…କେନାଲକୁ ଡେଇଁ ମୋ ଜୀବନ ହାରିବାକୁ । ଟଙ୍କା ପଇସା, ଏଟିଏମ ସବୁ ବ୍ୟାଗ ଭିତରେ ଛାଡିକି ଯାଉଛି। ଏମିତି କିଛି ମାଆର ମୋବାଇଲକୁ ଶେଷ ମେସେଜ କରି ବୁର୍ଲା ପାଓ୍ବାର କେନାଲକୁ ଡେଇଁ ଜୀବନ ହାରିଥିଲେ ସୌରଭ ।୨୨ ତାରିଖ ଚିପିଲିମା ପାଓ୍ବାର କେନାଲରୁ ମୃତଦେହ ଉଦ୍ଧାର କରିଥିଲେ। ତେବେ ପୁଅଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଚାଲିଗଲେ ମାଆ ଚାରୁପମା।
