ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ହିନ୍ଦୋଳ ତହସିଲର ଗଣ୍ଡାନାଳୀ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଶଶି ଭୂଷଣ ବେହେରାଙ୍କୁ ୬୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଟକ ରଖିଛନ୍ତି। ସୂଚନାମୁତାବକ ଜମିବାଡି ବିବାଦର ବନ୍ଦୋବସ୍ତ ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ହିନ୍ଦୋଳ ତହସିଲ ଗଣ୍ଡାନାଳି ଡିଭିଜନର ଆରଆଇ ଶଶୀଭୂଷଣ ବେହେରା । ଖବର ପାଇଁ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଏପରିକି ପ୍ରତ୍ୟେକ ମାମଲାର ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ମଧ୍ୟ ଦାବି କରିଥିଲେ। ତେବେ ଆରଆଇଙ୍କ ପକ୍ଷରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ବିଷ୍ଣୁ ବଲ୍ଲଭ ଖଟୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।ଅଭିଯୋଗକାରୀ ଜଣକ ଆରଆଇ ବେହେରାଙ୍କ ଦ୍ୱାରା ହଇରାଣ ହରକତ ହେଉଥିବା ଅଭିଯୋଗ କରି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ।
