୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ,ସୃଷ୍ଟି ହେବ ୫୧,୯୩୯ ରୁ ଅଧିକ ନିଯୁକ୍ତି

ଓଡ଼ିଶା ହେବ ଶିଳ୍ପ ହବ୍‌ । ୪୦ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ବୈଠକରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଇସ୍ପାତ, ଆଲୁମିନିୟମ, ବିଦ୍ୟୁତ ଉତ୍ପାଦନ, ସବୁଜ ହାଇଡ୍ରୋଜେନ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ସବୁଜ ଶକ୍ତି ଉପକରଣ ସମେତ ପ୍ରମୁଖ କ୍ଷେତ୍ରକୁ ବ୍ୟାପିଛି। ଏହା ରାଜ୍ୟରେ ୫୧,୯୩୯ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।ରାୟଗଡ଼ାରେ ୨ଟି, କେନ୍ଦୁଝରରେ ୨ଟି, ଗଞ୍ଜାମରେ ୨ଟି, ଭଦ୍ରକ, ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧାରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାୟଗଡ଼ାରେ ବେଦାନ୍ତ ପ୍ରତିଷ୍ଠା କରିବ ୨ଟି ପ୍ରକଳ୍ପ । ୯୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ । ଯାହାଦ୍ଵାରା ୧୫ ହଜାର ୯୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ଇସ୍ପାତ କ୍ଷେତ୍ରରେ, JSW ଷ୍ଟିଲ୍ ଲିମିଟେଡ୍ ୩୫,୦୦୦କୋଟି ଟଙ୍କା ନିବେଶ ସହିତ କେଉଁଝର ଜିଲ୍ଲାରେ ୫ MTPA କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ସହିତ ଉପର ଏବଂ ତଳ ସୁବିଧା ସ୍ଥାପନ କରିବ। ସେମାନଙ୍କର ପ୍ରକଳ୍ପ ୮,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅଧିକ ପଢନ୍ତୁ

kc ads