ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ଟ୍ରମ୍ପ

ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯଦି ଏହା ପୂରଣ ହୁଏ ତେବେ ନିକଟ ଭବିଷ୍ୟତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇପାରେ। ମଙ୍ଗଳବାର ଆମେରିକାର ହୋଲସେଲ୍ RBOB ଗ୍ୟାସୋଲିନର ଦର ପ୍ରତି ଗ୍ୟାଲନ୍ ୩.୨୨ ଡଲାର ରହିଥିବା ବେଳେ ହୋଲସେଲ୍ ହିଟିଂ ଅଏଲର ଦର ପ୍ରତି ଗ୍ୟାଲନ୍ ୪.୬୭ ଡଲାର ରହିଛି । ଟ୍ରମ୍ପ କହିଛନ୍ତି ଯେ, ଇରାନ ସହ ଯୁଦ୍ଧରେ ଆମେରିକା ବିଜୟୀ ହେବା ପରେ ତେଲ ଦର ଦ୍ରୁତ ଭାବେ ହ୍ରାସ ପାଇବ । ତାଙ୍କ ଦାବି ଅନୁସାରେ ପେଟ୍ରୋଲିୟମ୍ ଦର ପ୍ରତି ଗ୍ୟାଲନ୍ ୩ ଡଲାର ପର୍ଯ୍ୟନ୍ତ ଆସିପାରେ ଏବଂ ପରେ ଏହା ୨ ଡଲାରରୁ ମଧ୍ୟ କମ୍ ହୋଇପାରେ ।ଟ୍ରମ୍ପଙ୍କ ବିବୃତ୍ତି ଉପରେ ଆଧାର କରି, ଯଦି ଅଶୋଧିତ ତୈଳ ମୂଲ୍ୟ ୨ ଡଲାରକୁ ହ୍ରାସ ପାଏ, ତେବେ ଏହା ମୂଲ୍ୟରେ ୫୦% ହ୍ରାସକୁ ବୁଝାଏ।ବାସ୍ତବରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କେବଳ କ୍ରୁଡ୍ ଅଏଲ୍ର ମୂଲ୍ୟ ଉପରେ ନିର୍ଭର କରେ ନାହିଁ । ଏଥିରେ ରିଫାଇନିଂ ଖର୍ଚ୍ଚ, ଟ୍ୟାକ୍ସ, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସାମିଲ ରହିଥାଏ । ତେଣୁ କ୍ରୁଡ୍ ଅଏଲ୍ ଦରରେ ବଡ଼ ହ୍ରାସ ହେଲେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ସେହି ଅନୁପାତରେ କମିବା ନିଶ୍ଚିତ ନୁହେଁ ।

ଅଧିକ ପଢନ୍ତୁ