ଅଭିନେତା ଅଲ୍ଲୁ ଅର୍ଜୁନ ଗିରଫ

ପୁଷ୍ପା-୨ ପ୍ରିମିୟର ସମୟରେ ସନ୍ଧ୍ୟା ଥିଏଟର ନିକଟରେ ହୋଇଥିବା ଦଳାଚକଟାରେ ମହିଳା ମୃତ୍ୟୁ ବରଣ କରିବା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୋଲିସ। ବର୍ତ୍ତମାନ ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଯାଇଛନ୍ତି ଅଲ୍ଲୁ। ମାମଲାରେ ଜରୁରୀ ଶୁଣାଣି ପାଇଁ ସେ ଆବେଦନ କରିଛନ୍ତି। ସୂଚନାମୁତାବକ ପୁଷ୍ପା-୨ ସ୍କ୍ରିନିଂରେ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ଯେଉଁଥିରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପରିବାର ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଶେଷରେ ପୋଲିସ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଆକ୍ସନ ନେଇଥିଲା ।ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ବିଆର୍‌ଏସ୍‌ ନେତା କେ.ଟି. ରାମା ରାଓ ତେଲଙ୍ଗାନା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରଙ୍କୁ ନିନ୍ଦା କରିଛନ୍ତି। ଜାତୀୟ ପୁରସ୍କାର ବିଜେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ହେଉଛି ଶାସକଙ୍କ ଅସୁରକ୍ଷିତତାର ଶିଖର ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି।

ଏହାର ଜବାବ ଦେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ, ‘ଅଭିନେତା ଅଲ୍ଲୁଙ୍କ ଗିରଫରେ ସରକାରଙ୍କ କୌଣସି ଭୂମିକା ନାହିଁ। ଏପରିକି କୌଣସି ରାଜନୈତିକ କାରଣ ନାହିଁ, ଆଇନ ଆଗରେ ସମସ୍ତେ ସମାନ’।

ଅଧିକ ପଢନ୍ତୁ

Odisha Darpan Digital