ରାଜନେତାରୁ ଅଭିନେତା ପାଲଟିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀର ଲାଲକିଲ୍ଲା ମଇଦାନରେ ଆୟୋଜିତ ଲବକୁଶ ରାମଲୀଳାରେ ନିଷାଦରାଜ ଗୁହଙ୍କ ଚରିତ୍ରରେ ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ।ବୁଧବାର ଦିନ ଅନୁଷ୍ଠିତ ଏହି ରାମଲୀଳାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଏହି ବରିଷ୍ଠ ନେତା ରାମାୟଣର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ‘ନିଷାଦରାଜ’ଙ୍କ ଭୂମିକାରେ ନଜର ଆସିଥିଲେ।ପ୍ରଭୁ ଶ୍ରୀରାମଙ୍କ ବନବାସ ସମୟରେ ନିଷାଦରାଜ ଗୁହଙ୍କ ସହ ତାଙ୍କର ମିଳନ ରାମାୟଣର ଏକ ଭାବପୂର୍ଣ୍ଣ ପ୍ରସଙ୍ଗ। ଏହି ଚରିତ୍ର ମାଧ୍ୟମରେ ଜୁଏଲ ଓରାମ ପ୍ରଭୁ ଶ୍ରୀରାମଙ୍କ ପ୍ରତି ନିଷାଦରାଜଙ୍କ ନିଃସ୍ୱାର୍ଥ ଭକ୍ତି, ସମର୍ପଣ ଓ ବନ୍ଧୁତ୍ୱର କାହାଣୀକୁ ମଞ୍ଚରେ ଉପସ୍ଥାପନ କରିଛନ୍ତି।
