ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର ଦେବେ ବିକ୍ରମାଦିତ୍ୟ

ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ୪୦୦ ପାର୍‌ର ନାରା ଦେଇ ଭାଜପା ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି। ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଭାଜପା ଟିକେଟ୍‌ ଦେଇଛି। ଲୋକସଭା ନିର୍ବାଚନରେ ମଣ୍ଡି ଆସନରୁ କଂଗ୍ରେସ ଟିକଟରେ ବିକ୍ରମାଦିତ୍ୟ ସିଂ ନିର୍ବାଚନ ଲଢିବେ । ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ ଏହି ଘୋଷଣା କରିଛନ୍ତି । ପାର୍ଟି ପକ୍ଷରୁ ଆନୁଷ୍ଠାନିକ ଭାବେ ନାଁ ଘୋଷଣା ବାକି ରହିଛି ।ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଧ୍ୟ ମଧ୍ୟ ଏହାର ସଂକେତ ଦେଇଛନ୍ତି ।

ଦିଲ୍ଲୀରେ ସିଇସିର ବୈଠରେ ବିକ୍ରମାଦିତ୍ୟଙ୍କ ନାଁ ଉପରେ ଚର୍ଚ୍ଚା ହୋଇଥିବା ଜଣାପଡିଛି ।ଚଳିତ ନିର୍ବାଚନରେ ନିଜେ ନ ଲଢି ପ୍ରତିଭା ନିଜ ପୁଅଙ୍କୁ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପ୍ରତିଭା କହିଛନ୍ତି, ପୁଅ ଏହି ଆସନରୁ ଲଢିବା ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ଜଣାଇଛି।ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରୁ ପ୍ରାର୍ଥୀ ଘୋଷଣା ହେବା ପରେ କଙ୍ଗନା ନିଜର ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି । ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ କଥା ବୁଝୁଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇ ନାହିଁ ।

ଅଧିକ ପଢନ୍ତୁ

Odisha Darpan Digital