ଅଯୋଧ୍ୟାରେ ପହଞ୍ଚିଲେ ରାମ-ସୀତା ଓ ଲକ୍ଷ୍ମଣ

ରାମାନନ୍ଦ ସାଗରଙ୍କ କାଳଜୟୀ ସିରିଏଲ ‘ରାମାୟଣ’ରେ ପ୍ରଭୁ ରାମ ଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀ ଏବେ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ସହ ସେମାନେ ‘ହମାରା ରାମ ଆଏଙ୍ଗେ’ ଆଲବମ ସୁଟିଂରେ ଭାଗ ନେବେ।

ଏହି ଗୀତକୁ ସୋନୁ ନିଗମ ଗାଇଛନ୍ତି। ଗୁପ୍ତାର ଘାଟ, ହନୁମାନଗଡି ଏବଂ ଲତା ଚୌକରେ ଏହାର ସୁଟିଂ କରାଯାଉଛି। ଗଣମାଧ୍ୟମକୁ ସାକ୍ଷାତାକାର ଦେଇ ଅରୁଣ ଗୋଭିଲ କହିଛନ୍ତି, ‘ଅଯୋଧ୍ୟା ରାମ ମନ୍ଦିର ଏକ ରାଷ୍ଟ୍ରୀୟ ସ୍କାରକରେ ପରିଣତ ହେବ। ଆମ ସଂସ୍କୃତି ବିଷୟରେ ସମଗ୍ର ବିଶ୍ୱ ଜାଣିବ’।

ଅଧିକ ପଢନ୍ତୁ

Odisha Darpan Digital