ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ।

ଆଜି ନୂଆଗାଁ ଷ୍ଟେସନ ଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ 15 କିଲୋମିଟର ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଛି । ଏହାକୁ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଦସପଲ୍ଲାକୁ ଆଜିଠୁ 4ଟି ଟ୍ରେନ୍ ଚଳାଚଳ କରିବ । ରାଜଧାନୀ, ପୁରୀ ଓ ଭଦ୍ରକ ସହ ଯୋଡି ହେବ ଦଶପଲ୍ଲା । 2ଟି ପାସେଞ୍ଜର ଏବଂ ଗୋଟିଏ ଲେଖା ଖାଏଁ ଏକ୍ସପ୍ରେସ ଓ ମେମୁ ଦଶପଲ୍ଲାକୁକୁ ନିୟମିତ ରେଳସେବା ଯୋଗାଇଦେବ ।ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଅନ୍ତର୍ଗତ ଖୋର୍ଦ୍ଧାରୋଡ୍ ଠାରୁ ନୂଆଗାଁ ପର୍ଯ୍ୟନ୍ତ 92 କିଲୋମିଟର ଟ୍ରାକରେ ରେଳ ଚଳାଚଳ ପୂର୍ବରୁ ସ୍ବାଭାବିକ ହୋଇଥ‌ିବା ବେଳେ, ବର୍ତ୍ତମାନ ନୂଆଗାଁ ଷ୍ଟେସନ ଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ଅଧୂକ ପ୍ରାୟ 15 କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି ।

ଅନ୍ୟପଟେ ବଲାଙ୍ଗିରରୁ ସୋନପୁର ବିଛୁପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥ‌ିବା ବେଳେ, ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ବୌଦ୍ଧ ଜିଲ୍ଲା ପୁରୁଣା କଟକ ପର୍ଯ୍ୟନ୍ତ ଟ୍ରେନ ଗଡ଼ାଇବାକୁ ଲକ୍ଷ୍ୟ ରହିଛି । 2026 ସୁଦ୍ଧା ଖୋର୍ଦ୍ଧା ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ 289 କିଲୋମିଟର ରେଳ ଲାଇନ୍ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଅଧିକ ପଢନ୍ତୁ

kc ads