ଆଜି ଓଡ଼ିଶାରେ ୫ଟି ରାଜ୍ୟର ଆଞ୍ଚଳିକ କୃଷି ସମ୍ମିଳନୀ !

ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ପହଞ୍ଚିଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରି ନିଜକୁ ଧନ୍ୟମନେ କରିଛନ୍ତି । ଶ୍ରୀମନ୍ଦିରକୁ ଯିବା ସମୟରେ ବ୍ୟାରିକେଡ଼ରେ ଥିବା ଭକ୍ତମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।ଆଜି ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ନେଇ ଆଞ୍ଚଳିକ କୃଷି ସମ୍ମିଳନୀ ଅନୁଷ୍ଠିତ ହେବ । ସାରା ଦେଶରେ ଆହାର ଯେପରି ଅଭାବ ରହିବନି ସେ ନେଇ ଆଲୋଚନା ହେବ । କୃଷକ ହେଉଛନ୍ତି ଜୀବନ ଦାତା । ଖାଦ୍ୟ ସୁରକ୍ଷା ସହ ପୋଷଣ ଯୁକ୍ତ ଖାଦ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବା ପ୍ରଥମ ଲକ୍ଷ ରହିବ । ଯେଉଁ କୃଷକମାନଙ୍କ ପାଖରେ କମ ଜମି ଅଛି, ସମନ୍ୱିତ କୃଷି ମାଧ୍ୟମରେ କିପରି କୃଷିକୁ ସଶକ୍ତ କରାଯାଇ ପାରିବ ସେନେଇ ମଧ୍ୟ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ