ଆଜି ଓଡ଼ିଶା ଫେରିବ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ମରଶରୀର

ଆଜି ଓଡ଼ିଶା ଫେରିବ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ମରଶରୀର। ଓଡ଼ିଶା ସରକାରଙ୍କ ଦ୍ବାରା ଦିଆଯିବ ଗାର୍ଡ ଅଫ୍ ଅନର୍ । ଏହାପରେ ପୁରୀରେ ହେବ ଅନ୍ତ୍ୟେଷ୍ଟି କ୍ରିୟା । ତେବେ ଦିଲ୍ଲୀ ଏମସରେ ତାଙ୍କ ଶେଷ ଦର୍ଶନ କରିଛନ୍ତି ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି।ଏହି ବିଶିଷ୍ଟ ଡାକ୍ତରଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇଛନ୍ତି ତାଙ୍କ ଶୁଭେଚ୍ଛୁ, ଛାତ୍ରଛାତ୍ରୀ ଏବଂ ଏମ୍ସର କର୍ମଚାରୀ।ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ରଙ୍କର ଗତକାଲି ରାତି ୯ଟା ୧୫ ମିନିଟରେ ପରଲୋକ ଘଟିଥିଲା। ବ୍ରେନ୍ ଷ୍ଟ୍ରୋକ୍ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।ଡା ମହାପାତ୍ର ମସ୍ତିଷ୍କ କର୍କଟରେ ଆକ୍ରାନ୍ତ ଥିଲେ। ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା।ସେଠାରେ ଅକ୍ଟୋବର ୫ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତାଙ୍କର ଦେହାନ୍ତ ହୋଇଥିବାବେଳେ ସାରା ରାଜ୍ୟରେ ଖେଳିଯାଇଛି ଶୋକର ଛାୟା ।

ଅଧିକ ପଢନ୍ତୁ