ଆଜି ଛାତ୍ର ସଂସଦ ନିର୍ବାଚନ, ମତଦାନ ପରେ ଫଳାଫଳ ପ୍ରକାଶ ପାଇବ 

ଆଜି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ । କ୍ୟାମ୍ପସରେ ଭୋଟ୍ ଲଢ଼େଇ । ୮ ବର୍ଷ ପରେ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ।  ଆଜି ମତଦାନ ପରେ ଫଳାଫଳ ପ୍ରକାଶ ପାଇବ । ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରି ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍‌ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ । ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ନିର୍ବାଚନ ହେଉଥିବା ବିଭିନ୍ନ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ମତଦାନ କେନ୍ଦ୍ରରେ ଶୃଙ୍ଖଳା ବଜାୟ ରଖିବା ସହ ଛାତ୍ରଛାତ୍ରୀ ଯେପରି ନିର୍ଭୟରେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଏଥର ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗଡୋ କମିଟିର ସୁପାରିଶ ଅନୁସାରେ କଟକଣା ଲାଗୁ କରାଯାଇଛି । ନିୟମ ଓ କଟକଣା ସତ୍ତ୍ୱେ କ୍ୟାମ୍ପସ ରାଜନୀତିରେ ଦଳୀୟ ପ୍ରଭାବ ପ୍ରତିପାଦନ ପାଇଁ ମଧ୍ୟ ପ୍ରତିଯୋଗିତା ତୀବ୍ର ହୋଇଥିଲା। ନିର୍ବାଚନକୁ କେନ୍ଦ୍ର କରି ହିଂସା ଓ ଉତ୍ତେଜନା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅଧିକ ପଢନ୍ତୁ