ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ

ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ। ଜନ୍ମାଷ୍ଟମୀ ପାଇଁ ଆଜି ଚତୁର୍ଦ୍ଦିଗରେ କୃଷ୍ଣପ୍ରେମର ଏକ ଅପୂର୍ବ ବାତାବରଣ ସୃଷ୍ଟି ହୋଇଛି। ପ୍ରତିବର୍ଷ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନର ବିଶେଷତା ହେଉଛି, ଯେ ଏହିଦିନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମ ନେଇଥିଲେ। ଏନେଇ ସାରା ଦେଶରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ସକାଳୁ ସକାଳୁ ମନ୍ଦିରମାନଙ୍କରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବିଶେଷ କରି,ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ପ୍ରଭୁଙ୍କ ଆବାହନ କରାଯିବ। ସେପଟେ ଶ୍ରୀମନ୍ଦିରରେ ପାଳିତ ହେବ ଶ୍ରୀକୃଷ୍ଣ ଜନ୍ମ ନୀତି । ଏନେଇ ବଡ଼ ଦେଉଳରେ ସ୍ୱତନ୍ତ୍ର ନୀତିରେ ପୂଜାର୍ଚ୍ଚନା ବିଧି ଚାଲିଛି । ସନ୍ଧ୍ୟା ଧୂପ ଓ ପ୍ରସାଦ ଲାଗି ପରେ ତିନି ଠାକୁରଙ୍କ ବନ୍ଦାପନା କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କୁ ଗର୍ଭୋଦକ ବନ୍ଦାପନା କରାଯାଇଛି । ଏହା ପୂର୍ବରୁ ମହାପ୍ରଭୁଙ୍କୁ ଜେଉଟ ଭୋଗ ଲାଗି କରାଯାଇଥିଲା । ଆଜି ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ ହେବା ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।

ଅଧିକ ପଢନ୍ତୁ