ଆଜି ତିନି ରଥର ଦକ୍ଷିଣ ମୋଡ଼

ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚାଘରକୁ ଆସି ଫେରିବାପରେ ଠାକୁରଙ୍କ ଶ୍ରୀମନ୍ଦିରକୁ ଫେରିବା ପ୍ରକ୍ରିୟା ଆରମ୍ଭ ହେବ । ବାହୁଡ଼ା ପ୍ରସ୍ତୁତି ପାଇଁ ମଙ୍ଗଳବାର ରଥ ଦକ୍ଷିଣ ମୋଡ଼ । ତିନି ରଥ ଗୁଣ୍ଡିଚାଘର ସିଂହଦ୍ୱାରରୁ ଟଣା ହୋଇ ନାକଚଣା ଦ୍ୱାରେ ପହଞ୍ଚିବ । ପ୍ରଶାସନ ପକ୍ଷରୁ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରୀକ୍ଷେତ୍ରରେ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ ମଧ୍ୟରେ ଏବେ ସମସ୍ତେ ବାହୁଡ଼ା ଯାତ୍ରାକୁ ଅପେକ୍ଷା କରିଛନ୍ତି । tebe ଦକ୍ଷିଣ ମୋଡ଼ର ପ୍ରଶାସନିକ ଧାର୍ଯ୍ୟ ସମୟ ଅନୁସାରେ ସକାଳ ୧୦ଟାରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ଗୁଣ୍ଡିଚାମନ୍ଦିରରେ ଠାକୁରଙ୍କ ସକାଳ ଧୂପ ସରିବ । ପରେ ସାଢ଼େ ୧୨ଟାରେ ରଥ ଚାଳନା ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯିବ । ପରେ ନାକଚଣା ଦ୍ୱାର ଅଭିମୁଖେ ରଥ ଭିଡ଼ା ଆରମ୍ଭ ହେବ । ନାକଚଣା ଦ୍ୱାର ସମ୍ମୁଖକୁ ତିନି ରଥ ଯିବା ପରେ ପୁନର୍ବାର ରଥ ଚେକିଂ ହେବ । ଠାକୁରଙ୍କ ବାହୁଡ଼ା ଯାତ୍ରା ପାଇଁ ତିନି ରଥ ପ୍ରସ୍ତୁତ ରହିବ ବୋଲି ନିର୍ମାଣକାରୀ କହିଛନ୍ତି ।

ଅଧିକ ପଢନ୍ତୁ