ଆଜି ପବିତ୍ର ଧର୍ମମାସ କାର୍ତ୍ତିକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ସାରା ଓଡ଼ିଶା । ଗାଁଠୁ ସହର ସବୁଠି ଉତ୍ସାହ ଓ ଉଦ୍ଦୀପନା । ଭୋରୁ ଭୋରୁ ନଦୀ, ପୋଖରୀ ଓ ବିଭିନ୍ନ ଜଳାଶୟରେ ବୋଇତ ଭସାଇଛନ୍ତି ଶ୍ରଦ୍ଧାଳୁ । ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ ଧ୍ୱନିରେ ମୁଖରିତ ହୋଇଛି ପରିବେଶ । ପ୍ରାଚୀନ କାଳରେ କଳିଙ୍ଗ ବା ଉତ୍କଳର ସାଧବପୁଅମାନେ ବଡ଼ ବଡ଼ ବୋଇତ ଧରି ବଙ୍ଗୋପସାଗର ପାର ହୋଇ ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ବାଲି ଭଳି ଦୂରଦୂରାନ୍ତ ଦେଶକୁ ଯାଇ ବାଣିଜ୍ୟ କରୁଥିଲେ। ଓଡ଼ିଶାରୁ ମସଲା, ବସ୍ତ୍ର, ହସ୍ତଶିଳ୍ପ ଓ ରତ୍ନପଥର ରପ୍ତାନି ହେଉଥିଲା ଏବଂ ବଦଳରେ ଧନ, ସମ୍ପଦ ଓ ନୂଆ ସାଂସ୍କୃତିକ ସମ୍ପର୍କ ଆସୁଥିଲା।କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଅନୁକୂଳ ପବନ ବହୁଥିବାରୁ ସାଧବମାନେ ଏହି ସମୟକୁ ଯାତ୍ରା ପାଇଁ ଶୁଭ ମାନୁଥିଲେ। ଆଜି ଯେତେବେଳେ ଓଡ଼ିଆ ଲୋକମାନେ ପାଣିରେ ଛୋଟ ଡଙ୍ଗା ଭସାନ୍ତି, ତାହା କେବଳ ଏକ ଧାର୍ମିକ ରୀତି ନୁହେଁ, ବରଂ ନିଜ ପୂର୍ବପୁରୁଷଙ୍କ ସାହସିକତାକୁ ସମ୍ମାନ ଜଣାଇବାର ଏକ ମାଧ୍ୟମ।

ଅଧିକ ପଢନ୍ତୁ