ଆଜି ପବିତ୍ର ମହାସପ୍ତମୀ: କଟକରେ 60 ପ୍ଲାଟୁନ ପୋଲିସ ମୁତୟନ

ମହାଷଷ୍ଠୀରୁ ସହରରେ ଶାରଦୀୟ ପୂଜା ଆରମ୍ଭ ହେଉଛି । ଅକ୍ଟୋବର ୨୨ରେ ପୂଜାର ଅନ୍ତିମ ପର୍ବ ଭସାଣି ଉବତ୍ସ ଅନୁଷ୍ଠିତ ହେବ । ଏହି ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଗତ ବର୍ଷର କିଛି ଅପ୍ରୀତିକରପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥର ପ୍ରଶାସନ ଓ ପୋଲିସ ବିଭାଗ ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ଏହାରି ଭିତରେ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପାଇଁ ଡିଜିପି ବିନୟତୋଷ ମିଶ୍ର ଗତ ରାତିରେ କଟକର ବିଭିନ୍ନ ସ୍ଥାନ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।ଏହି ଅବସରରେ ବିଶେଷ କରି କଦମ ରସୁଲ, ଚୌଧୁରୀ ବଜାର, ଏବଂ ଦରଘା ବଜାର ଭଳି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ପୂଜା ପାଇଁ ସହରରେ ଶାନ୍ତି ରକ୍ଷା ପାଇଁ ପ୍ରାୟ 60 ପ୍ଲାଟୁନ୍ ପୁଲିସ ବାହିନୀ ମୁତୟନ କରାଯାଇଛି । ଏହାସହ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଓ କେନ୍ଦ୍ରୀୟ ବାହିନୀ ମଧ୍ୟ ନିୟୋଜିତ ଅଛନ୍ତି । ଏହା ସହ ସମସ୍ତ ପୁଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପୁଙ୍ଖାନୁପୁଙ୍ଖ ବ୍ରିଫିଂ ଦିଆଯାଇଛି ଏବଂ ସମସ୍ତେ ଆଜିଠାରୁ ନିଜ ନିଜ ନିର୍ଦ୍ଦିଷ୍ଟ ଡ୍ୟୁଟି ପଏଣ୍ଟରେ ସକ୍ରିୟ ଭାବେ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ଡିଜିପି ।

ଅଧିକ ପଢନ୍ତୁ