IPL ଫାଇନାଲରେ ଗୁଜରାଟ ଟାଇଟନ୍ସ। ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟରେ ପରାସ୍ତ କରି ୨ୟ ଥର ପାଇଁ ଆଇପିଏଲ ଫାଇନାଲରେ ସ୍ଥାନ ପକ୍କା କରିଛି ଗୁଜରାଟ। ଶୁକ୍ରବାର ନ୍ୟୁ ଚଣ୍ଡୀଗଡ଼ରେ କ୍ବାଲିଫାୟର-2 ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ। ୨୧୫ ରନକୁ ପିଛା କରୁଥିବାବେଳେ ଗୁଜରାଟର ଦୁଇ ଓପନର ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଏବଂ ଶୁଭମନ ଗିଲ୍ ଦମଦାର ପାଳି ଖେଳିଥିଲେ । ଆରମ୍ଭରୁ ଦୁଇ ବ୍ୟାଟ୍ସମ୍ୟାନ ବଡ଼ ବଡ଼ ସଟ୍ ଖେଳିଥିଲେ । ଗିଲ ୧୦୪ ରନ କରିଥିବାବେଳେ ସୁଦର୍ଶନ ୩୨ ବଲରୁ ୫୮ ରନ କରିଛନ୍ତି । ଗୁଜରାଟ ୧୮.୪ ଓଭର୍ ରେ ମାତ୍ର ୩ ୱିକେଟ୍ ହରାଇ ସହଜରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଏବେ ସୁପର ସଣ୍ଡେରେ ହେବ ସୁପର ଫାଇଟ୍। ରବିବାର ଅହମ୍ମଦାବାଦ, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ପାଇଁ ଲଢିବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ-ଗୁଜୁରାଟ ଟାଇଟନସ୍।
