ଓଡ଼ିଶାରେ ଆରମ୍ଭ ହେଲା SIR ପ୍ରକ୍ରିୟା, ଘରକୁ ଘର ବୁଲୁଛନ୍ତି BLO

ଆଜିଠାରୁ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR । ଯାହା ଜୁନ ୨୮ ଯାଏ ଚାଲିବ । ଏହି ସମୟ ମଧ୍ୟରେ ବୁଥସ୍ତରୀୟ ଅଧିକାରୀ-BLO ଭୋଟରଙ୍କ ଘରକୁ ଘର ବୁଲୁଛନ୍ତି। ଗଣନା ଫର୍ମ ବଣ୍ଟନ କରିବା ସହିତ ସଂଗ୍ରହ କରୁଛନ୍ତି। ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।ଭୋଟରଙ୍କୁ ଦିଆଯାଉଥିବା ଫର୍ମରେ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଓ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ବିଏଲଓମାନେ ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ ଓ ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ। ସମୁଦାୟ ୪୫ ହଜାର ୨୫୫ ଜଣ ବିଏଲ୍‌ଓ ଫର୍ମ ବଣ୍ଟନ କାର୍ଯ୍ୟରେ ସାମିଲ ହେବେ। ସେହିପରି ଜୁନ୍‌ ୨୮ ତାରିଖ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ ପରେ ଜୁଲାଇ ୫ ତାରିଖରେ ଭୋଟର ତାଲିକା ପ୍ରକାଶ କରାଯିବ। ସେହିଦିନଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଛି। ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ନୋଟିସ୍‌ ପର୍ଯ୍ୟାୟ, ଦାବି ଓ ଆପତ୍ତିର ସମାଧାନ କରାଯିବ। ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଅଧିକ ପଢନ୍ତୁ