ଆଜି ପବିତ୍ର ଅକ୍ଷୟ ତୃତୀୟା 

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ର ଖୁବ ମହତ୍ୱ ରହିଛି। ଏହିଦିନ ଟି ଚାଷ କାର୍ଯ୍ୟ ପାଇଁ ଖୁବ ଶୁଭ ଅଟେ l ଏବଂ ଜଗନ୍ନାଥ ସଂସ୍କୃତି ରେ ଅକ୍ଷୟ ତୃତୀୟା ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ l ଏହିଦିନ ଟି ରେ ଲକ୍ଷ୍ମୀ ପୂଜନ ଦ୍ୱାରା ସୁଖ ସମୃଦ୍ଧି ର ଆଗମନ ହାଇଥାଏ lଅକ୍ଷିତୃତୀୟ ରେ ଦାନ ଧର୍ମର ବିଶେଷ ମହତ୍ୱ ରହିଛି l ତେଣୁ ଏହିଦିନ କିଛିଟା ବିଶେଷ ଜିନିଷ ଦାନ ଦ୍ୱାରା ସୁଖ ସମୃଦ୍ଧି ର ଆଗମନ ହୋଇଥାଏ lଏହି ଦିନ ଚଷା ଭାଇ ଗାଈ ବଳଦ ସହ ହଳ, ଲଙ୍ଗଳ ଆଦି କୃଷି ଉପକରଣଗୁଡ଼ିକୁ ଧୋଇ ଫୁଲ, ସିନ୍ଦୁର ଓ ଚନ୍ଦନ ଲଗାଇ ସଜେଇ ଦିଏ। ଏହାପରେ ହଳଦୀ, ଚନ୍ଦନ, ସିନ୍ଦୁର ବୋଳା ବିହନପୂର୍ଣ୍ଣ ଗଉଣୀ ଓ ଟୋକେଇ ମୁଣ୍ଡରେ ରଖି ଚଷା ଭାଇ ଶୁଭ ଲଗ୍ନ ଦେଖି କ୍ଷେତକୁ ଯାଆନ୍ତି । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଲାଗି କରି ଏହି ନୈବେଦ୍ୟକୁ ଧାନ କିଆରୀର ଈଶାଣ କୋଣରେ ପୋତି ହଳ କରନ୍ତି ଓ ବିହନ ବୁଣନ୍ତି । ଧରିତ୍ରୀ ମା’କୁ ପ୍ରଣାମ କରି ଭଲ ଫସଲ ଫଳାଇବାକୁ ଆଶୀର୍ବାଦ ଭିକ୍ଷା କରନ୍ତି ।ଓଡ଼ିଆମାନେ ଅକ୍ଷୟ ତୃତୀୟାକୁ ବର୍ଷର ସବୁଠାରୁ ବଡ଼ ଶୁଭ ବା ପବିତ୍ର ଦିନ ଭାବେ ଗ୍ରହଣ କରନ୍ତି । ଏହି ଦିନ କୌଣସି ଶୁଭ କାର୍ଯ୍ୟର ଅନୁକୂଳ କଲେ ଏହା ଅକ୍ଷୟ ରହିଥାଏ ବୋଲି ଲୋକ ବିଶ୍ୱାସ ରହିଛି । କୃଷି କାର୍ଯ୍ୟ ଅନୁକୂଳଠାରୁ ଆରମ୍ଭ କରି ଗୃହ ନିର୍ମାଣ, ଗୃହପ୍ରବେଶ, ନିର୍ବନ୍ଧ, ବିବାହ, ନୂଆ ଗହଣା କିଣିବା, ଅନ୍ନପ୍ରାସନ ଓ ନୂଆ ବ୍ୟବସାୟ ଆରମ୍ଭ କରିବା ଭଳି ଅନେକ ଶୁଭ କର୍ମ ଏହି ଦିନ ଆରମ୍ଭ କରାଯାଏ ।

ଅଧିକ ପଢନ୍ତୁ