ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ମୋଟ୍ ୮୭.୫୦ ଲକ୍ଷ ଟଙ୍କାର ୨୪ ଜଣ ଇନାମି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ୧୦ ଲକ୍ଷ ଇନାମି ମାଓବାଦୀ ରାକେଶ ଥିବା ସହ ୨୪ ଜଣଙ୍କ ମଧ୍ୟରୁ ୨୦ ଜଣ ମାଓବାଦୀଙ୍କ ନାମରେ ୮୭.୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ମାଓ ବିରୋଧୀ ଅପରେସନ ପରେ ଧିରେ ଧିରେ ଏବେ ଭୁଷୁଡିବାରେ ଲାଗିଛି ମାଓ ସଂଗଠନ । ଅନେକ ଟପ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । ସରକାରଙ୍କ ତରଫରୁ ନୂତନ ଆତ୍ମସମର୍ପଣ ନିୟମ ଅନୁଯାୟୀ ପ୍ରତ୍ୟେକଙ୍କୁ 50 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି ବିଜାପୁର SP କହିଛନ୍ତି ।ଚଳିତ ବର୍ଷ ବିଜାପୁର ଜିଲ୍ଲାରେ 277 ଜଣ ନକ୍ସଲ ଆତ୍ମସମର୍ପଣ କଲେଣି।
