ଆମେରିକାରେ ୯୬ତମ ଓସ୍କାର ଆୱାର୍ଡ ସମାରୋହ । 

ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ୧୧ରେ ଓଟିଟି ପ୍ଲାଟଫର୍ମ ଡିଜ୍‌ନି ପ୍ଲସ ହଟ୍‌ଷ୍ଟାରରେ ଭାରତରେ ସିଧା ପ୍ରସାରଣ କରାଯାଇଛି। ଆଣବିକ ବୋମାର ପିତା ଭାବେ ପରିଚିତ ପଦାର୍ଥ ବିଜ୍ଞାନୀ ଜେ ରବର୍ଟ ଓପେନ୍‌ହାଇମରଙ୍କ ଜୀବନ ଉପରେ ଆଧାରିତ ଏହି ଚଳିଚ୍ଚିତ୍ରକୁ ୯୬ତମ ଏକାଡେମୀ ଆୱାର୍ଡରେ ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା ସମେତ ୭ଟି ଆୱାର୍ଡ ହାସଲ କରିଛି।

ଏକାଡେମୀର ୧୩ଟି ବିଭାଗ ନିମନ୍ତେ ଓପେନହାଇମର ଚଳଚ୍ଚିତ୍ରକୁ ମନୋନୀତ କରାଯାଇଥିଲା। ଏହା ମଧ୍ୟରୁ ୭ଟି ବିଭାଗରେ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି।ଶ୍ରେଷ୍ଠ ଅଭିନେତା ଭାବେ କିଲିଆନ ମର୍ଫି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ସେହିପରି ଏମା ଷ୍ଟୋନ୍‌ ‘ପୋର୍‌ ଥିଙ୍ଗ୍‌ସ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ପୁରସ୍କାର ଜିତିଛନ୍ତି।

ଅଧିକ ପଢନ୍ତୁ