ଆମେରିକାର ଆକ୍ରମଣ ପରେ ହର୍ମୁଜ ବନ୍ଦ କଲା ଇରାନ୍

ଆମେରିକା-ଇରାନ ବିବାଦ ଚରମ ସୀମାରେ ପହଞ୍ଚିଛି । ଓମାନ ଉପକୂଳରେ ପାଟ୍ରୋଲିଂ କରୁଥିବା ଆମେରିକା ସେନାର ‘Apache’ ଆଟାକ୍ ହେଲିକପ୍ଟର କ୍ରାଶ୍ ହେବା ପରେ ଉତ୍ତେଜନା ବଢ଼ିଛି। ଇରାନର ଡ୍ରୋନ ଧକ୍କା ଦେବାରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ସିଧାସଳଖ ଆକ୍ରମଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି । ଘଟଣାରେ AI ଚାଳିତ ଡ୍ରୋନ ବୋଟ୍ ‘Corsair’ ସାହାଯ୍ୟରେ ଦୁଇଜଣ ଆମେରିକୀୟ ପାଇଲଟ୍ ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ଦେଶର ସେନା ୨୦୦ ବାଣିଜ୍ୟିକ ଜାହାଜ ଏବଂ ୧୦୦ ନିୟୁତ ବ୍ୟାରେଲରୁ ଅଧିକ ତେଲ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଦେଇ ପାର କରିବାରେ ସାହାଯ୍ୟ କରିଛି। ଟ୍ରମ୍ପ କହିଛନ୍ତି ଯେ, ଆମେରିକା ସେନା ଏକ ଗୁପ୍ତ ଅଭିଯାନରେ ଏଭଳି କରିଛି। ତେଣୁ ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ ନୁହେଁ ଆମେରିକାର ନିୟନ୍ତ୍ରଣ ଅଛି। ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଟ୍ରମ୍ପଙ୍କ ଏହି ଦାବି ଆସିଛି। କିନ୍ତୁ ଅନ୍ୟପଟେ ସାମରିକ ଉତ୍ତେଜନା ମଧ୍ୟରେ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ବିଶ୍ୱର ଜୀବନରେଖା ହର୍ମୁଜ ପ୍ରଣାଳୀକୁ ସମସ୍ତ ଜାହାଜ ଚଳାଚଳ ପାଇଁ ବନ୍ଦ କରିବାକୁ ଘୋଷଣା କରିଛି। ଇରାନ ଚେତାବନୀ ଦେଇଛି ଯେ ଏହି ପଥ ଦେଇ ପରିବହନ କରିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ଟାର୍ଗେଟ କରାଯାଇପାରେ।

IRGC ଏକ ବିବୃତ୍ତିରେ କହିଛି ଯେ ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ବିପଦ ଏବଂ ଆମେରିକାର ସାମରିକ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ତୈଳ ଟ୍ୟାଙ୍କର, ମାଲବାହୀ ଜାହାଜ ଏବଂ ଅନ୍ୟ ସମସ୍ତ ପ୍ରକାରର ସାମୁଦ୍ରିକ ଜାହାଜର ଗତିବିଧି ତୁରନ୍ତ ପ୍ରଭାବରୁ ବନ୍ଦ କରାଯାଇଛି।

ଅଧିକ ପଢନ୍ତୁ