ଭାରତ ଉପରେ ବଢ଼ିବ କି ଆମେରିକାର ଶୁଳ୍କ ଚାପ? ରୁଷିଆରୁ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ଚାପ ବଢ଼ାଇବାକୁ ଆମେରିକା ନେଇଛି ବଡ଼ ପଦକ୍ଷେପ । ଆମେରିକୀୟ ସିନେଟ୍ରେ ପାରିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ରୁଷିଆ-ସାଙ୍କସନ୍ ବିଲ୍। ଆଉ ଏହି ବିଲ୍ ଆଇନରେ ପରିଣତ ହେଲେ, ଭାରତ ସମେତ ରୁଷିଆର ପ୍ରମୁଖ ତୈଳ କ୍ରେତା ଦେଶଗୁଡ଼ିକ ଉପରେ ସର୍ବାଧିକ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗିବାର ରାସ୍ତା ଖୋଲିପାରେ । କେବଳ ତେଲ କ୍ରେତା ଦେଶ ନୁହେଁ, ରୁଷର ବରିଷ୍ଠ ଅଧିକାରୀ, ଅଲିଗାର୍କ, ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ସହ ପାଶ୍ଚାତ୍ୟ ପ୍ରତିବନ୍ଧକକୁ ଏଡ଼ାଇ ରୁଷ ତେଲ ପରିବହନରେ ବ୍ୟବହୃତ କଥିତ ‘Shadow Fleet’କୁ ମଧ୍ୟ ବିଲ୍ ରେ ଟାର୍ଗେଟ୍ କରାଯାଇଛି। ଇରାନ ସମ୍ପର୍କିତ କେତେକ ପ୍ରତିବନ୍ଧକର ଅବଧି ବଢ଼ାଇବା ବ୍ୟବସ୍ଥା ମଧ୍ୟ ରହିଛି।ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ରୁଷର ତେଲ ଓ ଗ୍ୟାସ୍ ରପ୍ତାନିରୁ ହେଉଥିବା ଆୟକୁ ହ୍ରାସ କରି ମସ୍କୋ ଉପରେ ଚାପ ବଢ଼ାଇବା। ଆମେରିକୀୟ ସାଂସଦମାନଙ୍କ ଯୁକ୍ତି ହେଉଛି, ଏହି ଶକ୍ତି ରପ୍ତାନିରୁ ଆସୁଥିବା ଅର୍ଥ ୟୁକ୍ରେନ୍ ବିରୋଧରେ ରୁଷର ଯୁଦ୍ଧକୁ ପରୋକ୍ଷ ଭାବେ ସହାୟତା କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ବିଲ୍ ଟି House of Representativesରେ ପାରିତ ହୋଇ ଆଇନର ରୂପ ନେଉଛି କି ନାହିଁ ଏବଂ ଟାରିଫ୍ କ୍ଷମତାକୁ ଟ୍ରମ୍ପ ପ୍ରଶାସନ କିପରି ବ୍ୟବହାର କରୁଛି। ଏହାଦେଖିବାକୁ ଅପେକ୍ଷା
