ଆରମ୍ଭ ହେବ ଇ-ହୁଣ୍ଡି ବ୍ୟବସ୍ଥା, ପୁରୀ ନଆସି ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ ଭକ୍ତ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଛନ୍ତି Iତେବେ ନିଜ ମନୋବାଞ୍ଛା, ଖୁସି ଏବଂ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି I ଏଣିକି ଭକ୍ତମାନେ ପୁରୀକୁ ନଆସି ମଧ୍ୟ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ ।  ସମର୍ପଣ ଆପ୍ ରେ ଆରମ୍ଭ ହେବ ଇ- ହୁଣ୍ଡି ବ୍ୟବସ୍ଥା । ଚଳିତ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବେ। ଅନ୍ୟପଟେ, ଜଗନ୍ନାଥ ଜମିକୁ ନେଇ ଆସିବ ‘ୟୁନିଫର୍ମ ସେଟେଲମେଣ୍ଟ ପଲିସି’। ଜଗନ୍ନାଥଙ୍କ ଜମି ଦଖଲରେ ଥିବା ବ୍ୟକ୍ତିଙ୍କ ସହ ସେଟେଲମେଣ୍ଟ କରାଯିବ ଏବଂ ନିର୍ଦ୍ଧାରିତ ଅର୍ଥ ଆଦାୟ ପରେ ସେମାନଙ୍କୁ ମାଲିକାନା ପ୍ରଦାନ କରାଯିବ। ଆଦାୟ ଅର୍ଥ ଶ୍ରୀଜଗନ୍ନାଥଙ୍କ ଖାତାରେ ଜମା ହେବ । ଆସନ୍ତା କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ