ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ:  ଆଜି ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ

ଆଜି ହେଉଛି ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ। ପ୍ରାର୍ଥୀ ମାନେ କହିବେ କାହିଁକି ସେମାନେ ଛିଡା ହୋଇଛନ୍ତି । ତାଙ୍କୁ ଭୋଟ ଦେବା ପାଇଁ ଅପିଲ କରିବେ ।ସମର୍ଥନ ହାତେଇବା ପାଇଁ ଭୋଟଭିକ୍ଷା କରିଛନ୍ତି ପ୍ରାର୍ଥୀ । କିଏ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛି, ତ ଆଉ କିଏ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିଛନ୍ତି । ନିର୍ବାଚନ ପୂର୍ବରୁ ଶେଷ ଭୋଜିଭାତ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ଏପଟେ କିଛି କଲେଜରେ ହିଂସାର ଆଶଙ୍କା ଥିବାରୁ କ୍ୟାମ୍ପସରେ ପୋଲିସ ମୁତୟନ ସହ ସିସିଟିଭି ମାଧ୍ୟମରେ ନଜର ରଖାଯାଉଛି ।ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ହେବ ମତଦାନ । ପରେ ଅପରାହ୍ଣ ୨ଟାରୁ ଭୋଟ ଗଣତି ସହ ହେବ ଫଳାଫଳ ଘୋଷଣା । ଶୁକ୍ରବାର ବିଜୟୀ ପ୍ରାର୍ଥୀ ଶପଥ ନେବେ।

ଅଧିକ ପଢନ୍ତୁ