ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ! ବାତ୍ୟା ଚିତ୍ର ଅସ୍ପଷ୍ଟ

ଆଣ୍ଡାମାନ ସାଗରରେ ଏକ ସଦୃଶ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଫଳରେ ଅକ୍ଟୋବର ୨୩ରେ (ଆସନ୍ତାକାଲି ଶୁକ୍ରବାର) ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂବାନୁମାନ କରିଛି । ଥାଇଲାଣ୍ଡ ଉପସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଥାଇଲାଣ୍ଡ ଓ ମିଆଁମାର ଉପରେ ସକ୍ରିୟ ଥିବା ଏହି ଘୂର୍ଣ୍ଣିବଳୟ କେନ୍ଦ୍ରୀୟ ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ସିଷ୍ଟମ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଥିବାରୁ ୨୩ରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି |ବଙ୍ଗୋପସାଗରରେ ଏହି ସମ୍ଭାବ୍ୟ ବାତ୍ୟା ସଦୃଶ ପ୍ରଣାଳୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । କେତେକ ବିଦେଶୀ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛନ୍ତି ଯେ, ଏହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବାତ୍ୟାର ପୂର୍ବାନୁମାନ କରାଯାଇନାହିଁ । ଏହାର ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ଏପର୍ଯ୍ୟନ୍ତ ଅନିଶ୍ଚିତ ରହିଛି ।ଉତ୍ତର ତାମିଲନାଡୁ ଉପକୂଳ ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବର୍ତ୍ତମାନ ଏକ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ପ୍ରଣାଳୀ ଅକ୍ଟୋବର ୨୩କୁ ଏକ ଲଘୁଚାପ ବଳୟରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ।

ଅଧିକ ପଢନ୍ତୁ