ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସରେ ଚତୁର୍ଥ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ପୁରୀରେ ହେବ ଏହି କାର୍ଯ୍ୟକ୍ରମ। ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସୁଭଦ୍ରା ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା। ଶକ୍ତି ଏବଂ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରୁ ଏହାର ନାମ ନିଆଯାଇଛି। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚିସାରିଛି। ତିନୋଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀ ମୋଟ ୧୫,୦୦୦ ଟଙ୍କା ପାଇସାରିଛନ୍ତି। ସୁଭଦ୍ରା ଯୋଜନା ଅଧିନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି।ସୁଭଦ୍ରା ଯୋଜନା ଟଙ୍କାର ଚତୁର୍ଥ କିସ୍ତି ଆସନ୍ତା ଚଳିତ ମାସ ମହିଳା ଦିବସରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ମିଳିବ ବୋଲି ସରକାର ଘୋଷଣା କରିଥିଲେ। ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ମିଳିଥିଲା। ପୂର୍ବ ରୁ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ଲେଖାଏଁ ପାଇସାରିଛନ୍ତି ରାଜ୍ୟର ୧ କୋଟିରୁ ଅଧିକ ମହିଳା । କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର । ଏହା ସହିତ ପୁନଶ୍ଚ ଭେରଫିକେସନ ବେଳେ ଯେଉଁମାନେ ଯୋଗ୍ୟ ଥିବା ଜଣାପଡିଥିଲା ସେମାନଙ୍କୁ ବି ଟଙ୍କା ପଠାଇଥିଲେ ସରକାର । ସେମାନେ ମଧ୍ୟ ୪ର୍ଥ କିସ୍ତି ଟଙ୍କା ପାଇବେ ।
