ଆସିଲା ରାମାୟଣ ଟିଜର୍‌, ରାମଙ୍କ ଅବତାରରେ ରଣବୀର

ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି। ରିଲିଜ୍ ହୋଇଛି ରାମାୟଣ ଟିଜର । ଟିଜରରେ ରଣବୀର କପୁରଙ୍କର ଚମତ୍କାର ଅବତାର ଦେଖିବାକୁ ମିଳିଛି। ନିତେଶ ତିୱାରୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ରାମାୟଣ’ ଫିଲ୍ମ ‘ଲଡ୍ ଅଫ୍ ଦ ରିଙ୍ଗ୍ସ’ ଏବଂ ‘ଅବତାର’ ଭଳି ଦମଦାର ଫିଲ୍ମଗୁଡିକ ସହିତ କଡ଼ା ଟକ୍କର ଦେବାରେ ଲାଗିଛି । ନମିତ ମଲହୋତ୍ରାଙ୍କ ମହତ୍ତ୍ବାକାଂକ୍ଷୀ ଭିଜନ ସହିତ ଏହି ମହାକାବ୍ୟକୁ ୨ଟି ଭାଗରେ ରିଲିଜ୍ କରାଯିବ । ଯାହାର ବଜେଟ୍ ୪୦୦ କୋଟି ହେବ । ଆଜି ଫିଲ୍ମରେ ଅଭିନୀତ କରିଥିବା ଭଗବାନ ରାମଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି । ରାମାୟଣ”ର ଟିଜରରେ ରଣବୀର କପୁର ରାମଙ୍କ ଭୂମିକା ନିଭାଇଛନ୍ତି। ପ୍ରଯୋଜକ ନମିତ ମଲହୋତ୍ରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଟିଜରଟି ରିଲିଜ୍ କରିଛନ୍ତି। ଟିଜରରେ ରଣବୀର କପୁରଙ୍କ ରାମ ଚରିତ୍ରକୁ ସୁନ୍ଦର ଭାବରେ ଦର୍ଶାଯାଇଛି।

ଏହି ୨ ମିନିଟ୍ ୩୮ ସେକେଣ୍ଡର ଟିଜରର ପ୍ରତ୍ୟେକ ଦୃଶ୍ୟ ବେଶ ମନୋହର। ପ୍ରତ୍ୟେକ ଦୃଶ୍ୟରେ ରଣବୀର କପୁର ରାମ ଭାବରେ ମଗ୍ନ ହେଉଥିବାର ଦେଖାଯାଉଥିବା ବେଳେ, ଶେଷ ଭାଗରେ ୟଶଙ୍କୁ ରାବଣ ଭାବରେ ମଧ୍ୟ ପ୍ରଦର୍ଶନ କରାଯାଇଛି। ଏହା ବ୍ୟତୀତ, ରାବଣଙ୍କ ପୁଷ୍ପକ ବିମାନ ମଧ୍ୟ ଦୃଷ୍ଟି ଆକର୍ଷଣ କରୁଛି ।

ଅଧିକ ପଢନ୍ତୁ