ଆସ୍ଥା ଓ ବିଶ୍ୱାସର ମହାପର୍ବ ଛଟ୍! ସୂର୍ଯ୍ୟଦେବଙ୍କୁ ଶେଷ ଅର୍ଘ୍ୟ ଅର୍ପଣ

ଚାରି ଦିନ ବ୍ୟାପୀ ଚାଲିଥିବା ଆସ୍ଥାର ମହାପର୍ବ ଛଟ୍ ର ଆଜି ଉଦଯାପନ ଦିବସ । ଆଜି ସକାଳୁ ନଦୀ, ପୋଖରୀ ଓ ବିଭିନ୍ନ ଜଳାଶୟର ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।ବ୍ରତଧାରୀମାନେ ନିର୍ଜଳ ଉପବାସ ରଖି ସକାଳୁ ଘାଟରେ ପହଞ୍ଚିଛନ୍ତି। ଉଦୟମାନ ପରିବାରର ସୁଖ, ସମୃଦ୍ଧି, ସନ୍ତାନଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ସୂର୍ଯ୍ୟଦେବଙ୍କୁ ଜଳ ଓ କ୍ଷୀର ଅର୍ପଣ କରି ଉଷା ଅର୍ଘ୍ୟ ପ୍ରଦାନ କରୁଛନ୍ତି ବ୍ରତଧାରୀ।ମୂଳତଃ ବିହାରୀ ସମ୍ପ୍ରଦାୟର ଏହି ମହାନ ପର୍ବ ସାମାଜିକ ଏକତାର ପ୍ରତୀକ ପାଲଟିଛି, ଯେଉଁଥିରେ ସବୁବର୍ଗ ଓ ସମ୍ପ୍ରଦାୟର ଲୋକେ ବେଶ୍ ଉତ୍ସାହର ସହ ସାମିଲ ହେଉଛନ୍ତି । ନଦୀ କୂଳରେ ଜଳୁଥିବା ଦୀପ, ମହିଳାମାନଙ୍କର ଲୋକଗୀତ, ଛଟି ମୟାଙ୍କ ପୂଜା ଏବଂ ପ୍ରାତଃକାଳର ସୂର୍ଯ୍ୟ ଉପାସନା ସମଗ୍ର ପରିବେଶକୁ ଅଧ୍ୟାତ୍ମିକ କରିଛି ।

ଅଧିକ ପଢନ୍ତୁ