ଇଶା ଦେଓଲ ତାଙ୍କ ସ୍ୱାମୀକୁ ଛାଡପତ୍ର ଦେବେ କି ?

ବଲିଉଡ ହିଟ୍‍ ଯୋଡି ଧର୍ମେନ୍ଦ୍ର ଓ ହେମାମାଳୀନିଙ୍କ ଝିଅ ଇଶା ଦେଓଲ ଫିଲ୍ମ ଦୁନିଆ ଅପେକ୍ଷା ବ୍ୟକ୍ତଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି। ଇଶା ସ୍ୱାମୀଙ୍କୁ ଛାଡପତ୍ର ଦେବା ନେଇ ଖବର ଶୁଣିବାକୁ ମିଳିଛି।ବଲିଉଡ ଲାଇଫ ଏବଂ ବଲିଉଡ ସାଦି ଡଟ୍‌ କମ୍‌ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିଲା ଯେତେବେଳେ ନିକଟରେ ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ରେଡ୍ଡିଟରେ ଏକ ପୋଷ୍ଟ ଶେୟାର କରିଥିଲେ ଏବଂ ଏଥିରେ ଦର୍ଶାଇଥିଲେ ଯେ ଇଶା ଏବଂ ଭରତ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ସର୍ବସାଧାରଣରେ ଏକାଠି ଦେଖାଯାଉ ନାହିଁ।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଖବର ଅନୁଯାୟୀ ଅଭିନେତ୍ରୀ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି। ନୂଆବର୍ଷରେ ବେଙ୍ଗାଲୁରୁର ଏକ ପାର୍ଟିରେ ଇଶାଙ୍କ ସ୍ୱାମୀ ଭାରତଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି କାରଣରୁ ଇଶା ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ସୁଦ୍ଧା ଦେଓଲ ପରିବାରର କୌଣସି ସଦସ୍ୟ ଏହାକୁ ନେଇ ମୁହଁ ଖୋଲି ନାହାଁନ୍ତି।

ଅଧିକ ପଢନ୍ତୁ