ଉଦ୍ଭିଦ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ଗାଁ,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଯୁକ୍ତ ୩ ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ସଭାରେ ଶିକ୍ଷା ବିଭାଗ ବିଭାଗୀୟ ମୁଖ୍ୟ ପ୍ରଦୀପ୍ତ କୁମାର ବିଶ୍ବାଳ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ କଣ୍ଟିଲୋ କଲେଜ ଉଦ୍ଭିଦ ବିଭାଗ ବିଭାଗୀୟ ମୁଖ୍ୟ ସୁଜଳ କୁମାର ମହାରଣା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ୱପ୍ନକୁ ବାସ୍ତବତାର ପରିଣତ କରିବା ନିମନ୍ତେ ବିଦ୍ୟାର୍ଥୀମାନେ ଅଗ୍ରସର ହେବା ଉଚିତ ବୋଲି ଉପଦେଶ ଦେଇଥିଲେ।ସମ୍ମାନିତ ଅତିଥିଭାବେ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରସନ୍ନ କୁମାର ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁକାନ୍ତ କୁମାର ସାହୁ, ଅଧ୍ୟାପକ ପବିତ୍ର କୁମାର ସାହୁ, ଆଲୋକ ମହାପାତ୍ର, ଅବସରପ୍ରାପ୍ତ ବିଜ୍ଞାନଗାର ପ୍ରଦର୍ଶକ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଛାତ୍ର ଜୀବନରେ ଦୃଢ଼ ଅଧ୍ୟବସାୟ ହେଉଛି ସଫଳତାର ଚାବିକାଠି। ଛାତ୍ର ଜୀବନରେ ଅସୀମ ସମ୍ଭାବନା ଥାଏ ନିଜ ଦକ୍ଷତାକୁ ଚିହ୍ନି କାର୍ଯ୍ୟ କରିବା ପାଇଁ କହିଥିଲେ।ଏହି ଅବସରରେ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜ ନିଜର ଅଭିଜ୍ଞତା ପ୍ରକାଶ କରିବା ସମୟରେ ଏକ ଭାବଗମ୍ଭୀର ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ଅଧ୍ୟାପିକା ସୁଭସ୍ମିତା ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅଧିକ ପଢନ୍ତୁ

kc ads