ନୟାଗଡ଼,(ଓଡିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ,ଦଶପଲ୍ଲାଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ଦଶପଲ୍ଲା ବ୍ଲକ ଶିକ୍ଷାଧିକାରୀ ଭକ୍ତ ବିନୋଦ ସଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ସଭାପତି ଲକ୍ଷ୍ମୀଧର ମହାପାତ୍ର, ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ […]
ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ଭୁ-ରାଜନୈତିକ ଅସ୍ଥିରତା, ଆମେରିକା ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ଏବଂ ବିଶ୍ୱ ବଜାରର ଅନିଶ୍ଚିତତା ମଧ୍ୟରେ ଏହି ଧାତୁ ଦରରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହା ୭୬,୦୦୦ ଟଙ୍କା ଉପରେ । ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ ଭଳି ବଡ଼ ସହରରେ ଏହି ବୃଦ୍ଧି ଘଟିଛି। ସୁନାର […]
ଦେଶର ପ୍ରମୁଖ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ବ୍ୟବସାୟିକ ଭାବେ ରିଲାଏନ୍ସ ଜିଓ ଭାରତରେ ସେବା ଆରମ୍ଭ କରିବାର ୮ବର୍ଷ ପୂରଣ କରିଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। କେତେକ ନିର୍ଦିଷ୍ଟ ରିଚାର୍ଜ ପ୍ଲାନ୍ ଉପରେ ମିଳୁଛି ଏହି ଅଫର। ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଏହି ଅଫର୍ର ଲାଭ ଉଠାଇପାରିବେ ଜିଓ ଉପଭୋକ୍ତା। ୮୯୯ ଟଙ୍କା, […]
କାର୍ଡଲେସ୍ କ୍ୟାସ୍ ଡିପୋଜିଟ୍ ର ସଫଳତାକୁ ଦେଖି ଆରବିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ଏଟିଏମରେ ଟଙ୍କା ଜମା କରିବା ପାଇଁ ଆପଣଙ୍କୁ ଡେବିଟ୍ କାର୍ଡର ଆବଶ୍ୟକତା ପଡିବ ନାହିଁ । ବର୍ତ୍ତମାନ ସୁଦ୍ଧା କାର୍ଡଲେସ୍ ଡିପୋଜିଟ୍ ର ସୁବିଧା ଅନେକ ବ୍ୟାଙ୍କ ପ୍ରଦାନ କରୁଥିବା ବେଳେ ଆରବିଆଇ ଆଉ ଏକ ପାଦ ଆଗକୁ ଯାଇ ୟୁପିଆଇରୁ ଟଙ୍କା ଜମା କରିବାର ସୁବିଧା ଯୋଡ଼ିଛି। ଶକ୍ତିକାନ୍ତ ଦାସ କହିଛନ୍ତି, ଏହି ସେବା ଆସିବା ଦ୍ୱାରା ଲୋକଙ୍କୁ […]
ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ୱେବ୍ସାଇଟ୍ ମୁତାବକ, ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ୧୩୭ ଟଙ୍କା ମହଙ୍ଗା ହୋଇ ୬୬,୯୭୧ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଦର ୬୧,୩୪୫ ଟଙ୍କା ସ୍ତରରେ ରହିଛି । ତେବେ ୨୦୨୪ରେ ସାରା ବିଶ୍ୱକୁ ମାନ୍ଦାବସ୍ଥା ଆଶଙ୍କା, ବିବାହ ଋତୁ ଚାହିଦା, ଡଲାର ସୂଚକାଙ୍କରେ ଦୁର୍ବଳତା ଏବଂ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ବୃହତ୍ ପରିମାଣରେ ସୁନା କିଣିବା ଯୋଗୁ ଦର ବୃଦ୍ଧି […]
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଙ୍କ ନିୟମ ପାଳନ ନ କରିବାରୁ ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଫଳରେ ପେଟିଏମ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଏବେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଫେବ୍ରୁଆରୀ 28 ରୁ ଆଉ ପେଟିଏମର କୌଣସି ସେବା ଉପଲବ୍ଧ ହେବ ନାହିଁ। ପେଟିଏମର ୱାଲେଟ ଓ ଫାଷ୍ଟଟାଗ ମଧ୍ୟ କାମ କରିବ ନାହିଁ। ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ବିରୋଧରେ ରିଜର୍ଭ ବ୍ୟାଙ୍କର ଏହି କାର୍ଯ୍ୟାନୁଷ୍ଠାନ ଏକ ବିସ୍ତୃତ ସିଷ୍ଟମ୍ ଅଡିଟ୍ […]
ନୂଆ ବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜି ଏଣ୍ଟରଟେନମେଣ୍ଟ, ଭାୟକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି।ଆଉ ନୂଆ ଟାରିଫ ନିୟମ ୨୦୨୪ ଫେବ୍ରୁଆରୀ ୧ରୁ ଲାଗୁ ହେବ।ଭାୟକମ୍ ୧୮ ଏବଂ ନେଟୱାର୍କ ୧୮ ର ଡିଷ୍ଟ୍ରିବ୍ୟୁସନ ବିଭାଗ ଏହାର ଚ୍ୟାନେଲଗୁଡିକର ଦରକୁ ୨୦ […]
ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ହିଣ୍ଡେନବର୍ଗ ରିପୋର୍ଟ ପରେ ଦୋହଲି ଯାଇଥିବା ଆଦାନି ସାମ୍ରାଜ୍ୟ ପୁଣିଥରେ ଶକ୍ତି ଯୋଗାଡ଼ କରି ଆଗକୁ ବଢିଛି। ଏହା ସହିତ ଗୌତମ ଆଦାନି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଆଦାନି ବିଶ୍ୱ ଧନୀ ତାଲିକାରେ ମଧ୍ୟ ଲମ୍ବା ଡିଆଁ ମାରି ୧୨ ନମ୍ବର ତାଲିକାରେ ପହଞ୍ଚିଛନ୍ତି ଏବଂ […]
ହିଣ୍ଡନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦିଆଯିବା ଉପରେ ସୁପ୍ରିମକୋର୍ଟ ମୋହର ମାରିଛନ୍ତି । ସେବି ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବା ପାଇଁ ମନା କରିଦେଇଥିଲେ । ୩ ଜଜଙ୍କ ଖଣ୍ଡପୀଠ କହିଥିଲେ ଯେ ସେବି ତଦନ୍ତ ଠିକ୍ ଅଛି ଏବଂ ସେ ଏହି ମାମଲାର ତଦନ୍ତ ପାଇଁ ସକ୍ଷମ ଏଜେନ୍ସି ଅଟେ । ମାର୍କେଟ୍ ନିୟାମକ ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ମଧ୍ୟରୁ ୨୨ ମାମଲାର ତଦନ୍ତ ଶେଷ କରିସାରିଛି । ଏବେ ଆଉ ଦୁଇଟି […]
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ୨ ହଜାର ଟଙ୍କିଆ ନୋଟ୍କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ।୨୦୨୩ ଡିସେମ୍ବର ୨୯ ତାରିଖ ବ୍ୟବସାୟ ବନ୍ଦ ହେବା ପୂର୍ବରୁ ଆଉ ମାତ୍ର ୯,୩୩୯ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ ପଡ଼ି ରହିଛି ବୋଲି ଆର୍ବିଆଇ କହିଛି।୧୯ ମେ ୨୦୨୩ରେ ପ୍ରଥମେ ୨୦୦୦ ଟଙ୍କିଆ ନୋଟ୍ […]
ନୟାଗଡ଼,(ଓଡିଶା ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ‘ତପସ୍ୟା’ ଶିଶୁ ଗୃହ ରେ ପ୍ରଥମ କରି କଲେଜ କୁ ଯାଇଥିବା ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା ଓ ଚଳିତ ବର୍ଷ ମାଟ୍ରିକ ପାସ କରିଥିବା ପିଲାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଚିବ ଘନଶ୍ୟାମ ସାହୁ, ପିଲାମାନଙ୍କୁ ସହାୟତା କରିଥିବା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ଦୁର୍ୟୋଧନ ସାହୁ, ଉଦୟ ନାଥ ନାୟକ, ଗୋବିନ୍ଦ […]
ନୟାଗଡ଼,(ଓଡିଶା ଦର୍ପଣ): ଚଳିତ ମାଟ୍ରିକ ପରୀକ୍ଷାରେ ସମଗ୍ର ନୟାଗଡ଼ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା କେଶବ ପରିଡ଼ାଙ୍କୁ ତାଙ୍କ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶରଣକୁଳ ନିକଟବର୍ତ୍ତି ଦଧିବାମନ ଜିଉ ଉଚ୍ଚ ବିଦ୍ୟାଳୟ, ଶିଖରପୁରର ଛାତ୍ର କେଶବ ମାଟ୍ରିକରେ ସମୁଦାୟ ୬୦୦ ମାର୍କରୁ ୫୭୮ ମାର୍କ ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଏହି ବିଦ୍ୟାଳୟର ଏ-୧ ରଖି କୃତିତ୍ୱର ସହିତ ମାଟ୍ରିକ ପାସ କରିଥିବା ଅନ୍ୟ ତିନିଜଣଙ୍କୁ […]