ଋଣ ଖିଲାପ ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ଘର ପ୍ରଶାସନ ଦ୍ୱାରା ସିଲ୍

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରୁ ଆସିଛି ବ୍ୟବସ୍ଥାର ବିକଳ ଚିତ୍ର । ଋଣ ନନେଇ ବି ଜଣଙ୍କ ଘର ସିଲ୍ କରି ଦେଇଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ । ଜମନକିରା ବ୍ଲକ ଗୌଡ଼ପାଲି ରାଜସ୍ବ ସର୍କଲ ଅନ୍ତର୍ଗତ ଗୌତମପାଲି ଗାଁରୁ ଆସିଛି ଏହି ଅଭିଯୋଗ ।ଫଳରେ ଗୋଟିଏ କୋଠରୀରେ ଦିନ କାଟୁଛନ୍ତି ବୃଦ୍ଧ ଦିବ୍ୟାଙ୍ଗ ପରିବାର। ଆଜକୁ ପ୍ରାୟ ୨୦ ଦିନ ହେଲା ଅସହାୟ ପରିବାର। ଗତ ୫ ତାରିଖ ଦିନ ଜମନକିରା ତହସିଲଦାର ଓ ଏକ ଘରୋଇ ବ୍ୟାଙ୍କଙ୍କ ଉପସ୍ଥିତିରେ ତାଙ୍କ ଘରକୁ ସିଲ୍ କରି ଗୋଟିଏ ମାତ୍ର ଛୋଟ ରୁମ ରହିବା ପାଇଁ ଛାଡ଼ି ଦେଇଛନ୍ତି।ସ୍ଥିତି ଏଭଳି ହୋଇଛି ଯେ ବିନା ଅପରାଧରେ ଧନଞ୍ଜୟ ତାଙ୍କ ୫୭ ବର୍ଷୀୟା ସ୍ତ୍ରୀ, ୩୫ ବର୍ଷୀୟା ବିଧବା ବୋହୂ ଏବଂ ୧୪, ୯ ବର୍ଷୀୟା ନାତୁଣୀଙ୍କ ସହିତ ଗୋଟିଏ କୋଠରୀରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ତେବେ ଧନଞ୍ଜୟ ଜମନକିରା ତହସିଲଦାର ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ପାଇନାହାନ୍ତି ।

ଅଧିକ ପଢନ୍ତୁ