ଏନଏସି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ର ଅତିଥି ଭାବେ ଯୋଗଦାନ କରି ବୃକ୍ଷ ରୋପଣ କରିବା ଦ୍ୱାରା ପ୍ରକୃତିର ଭାରସାମ୍ୟ ବଜାୟ ରହିବା ସହିତ ଆମେ ବିଶୁଦ୍ଧ ଅମ୍ଳଜାନ ପାଇ ପରିବା ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟ ପକ୍ଷରେ ସମସ୍ତ ଛାତ୍ରଛାତ୍ରୀ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସାମିଲ ହୋଇ ଗଛ ଲଗାଇବା ସହିତ ଏହାର ଯତ୍ନ ନେବା ଆବଶ୍ୟକ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରଥ, ଭବାନୀ କୁମାରୀ ଆଚାର୍ଯ୍ୟ,ରୋଜାଲିନ ମିଶ୍ର,ନବଜ୍ୟୋତି ମହାପାତ୍ର,ସୁନିତା ନାୟକ, ସ୍ଵାଗତିକା ଦଳେଇ, ଇଲାଚା ମାଝୀ, ଉମାକାନ୍ତ ମିଶ୍ର, ଲକ୍ଷ୍ମୀଧର ସାହୁ, କାଦମ୍ବିନୀ କରଣ,ଉଷାରାଣୀ ପ୍ରଧାନ, ମାନସ ସାହୁ,ମଞ୍ଜିତ ଜେନା, ଚିତ୍ତରଞ୍ଜନ ବେହେରା ପ୍ରମୁଖ ସହଯୋଗରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା। ଏଥିରେ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ