ଏନଭିଡିଆ (Nvidia) ସିଇଓ ଜେନସେନଙ୍କୁ ‘ହନି ଟ୍ରାପ’ରେ ଫସାଇଲେ ଚାଇନିଜ ମହିଳା

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଚିପ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ‘ଏନଭିଡିଆ’ (Nvidia) ର ସିଇଓ ଜେନସେନ ହୁଆଙ୍ଗ, ଜଣେ ଚାଇନିଜ ଗୁପ୍ତଚର ସନ୍ଦେହ କରାଯାଉଥିବା ମହିଳାଙ୍କ ସହ ସମ୍ପର୍କ ରଖିଥିବା କଥା ସ୍ବୀକାର କରିଛନ୍ତି।ଏହି ଚାଞ୍ଚଲ୍ୟକର ଖୁଲାସା ପରେ, ‘ଏନଭିଡିଆ’ର ବୋର୍ଡ ଅଫ ଡାଇରେକ୍ଟର୍ସ ଏହି ଘଟଣାର ଏକ ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ହୁଆଙ୍ଗ ଯେଉଁ ଚାଇନିଜ ବ୍ୟବସାୟୀ ମହିଳାଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିଲେ, ସେ ପ୍ରକୃତରେ ଚାଇନାର ଏକ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିଲେ। ତେବେ ଟ୍ରମ୍ପ ଖୋଲାଖୋଲି ଭାବରେ ଜେନସେନ୍‌ଙ୍କ ସପକ୍ଷରେ ମୁହଁ ଖୋଲି ତାଙ୍କୁ ଜଣେ ସମ୍ମାନନୀୟ ବ୍ୟକ୍ତି ବୋଲି କହିଛନ୍ତି ।ଇମେଲରେ, ଜେନସେନ୍ ତାଙ୍କ ପରିବାର ଏବଂ ସମସ୍ତ କର୍ମଚାରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ସ୍ୱୀକାର କରିଛନ୍ତି। ସେ ତଦନ୍ତରେ ତାଙ୍କର ପୂର୍ଣ୍ଣ ସହଯୋଗ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।ଏହି ଷଡ଼ଯନ୍ତ୍ର ଆଲିସ୍ ହୁଆଙ୍ଗ ନାମକ ଜଣେ ଚୀନ୍ ବ୍ୟବସାୟୀଙ୍କ ଦ୍ୱାରା ରଚାଯାଇଥିଲା । ସେ ଜେନସେନ୍ ହୁଆଙ୍ଗଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ। ସେ ଏନଭିଡିଆର ଉନ୍ନତ ଏଆଇ ଚିପ୍ସ ଏବଂ ଗୁପ୍ତଚରକୁ ବେଜିଂକୁ ପଠାଉଥିଲେ। ସିଙ୍ଗାପୁର ସ୍ଥିତ ଡାଟା ସେଣ୍ଟର କମ୍ପାନି ମେଗାସ୍ପିଡର ଜଣେ ଶୀର୍ଷ କାର୍ଯ୍ୟନିର୍ବାହୀ ଆଲିସ୍ ହୁଆଙ୍ଗ ଚୀନ୍ ପାଇଁ କାମ କରୁଥିବା କହିଛନ୍ତି ।

ଏନଭିଡିଆର ବୋର୍ଡ ରବିବାର ଘୋଷଣା କରିଛି ଯେ, ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ସହ-ପ୍ରତିଷ୍ଠାତା ଜେନସେନ୍ ହୁଆଙ୍ଗ ଜଣେ ଚୀନ୍ ଗୁପ୍ତଚର ମହିଳାଙ୍କ ସହିତ ସମ୍ପର୍କ ସ୍ୱୀକାର କରିବା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି ।

ଅଧିକ ପଢନ୍ତୁ