ଏଭରେଷ୍ଟ ବେସ୍ କ୍ୟାମ୍ପରେ ୨ ହେଲିକପ୍ଟର ଧକ୍କା

ଏହି ସମୟର ବଡ଼ ଖବର ନେପାଳରୁ ସାମ୍ନାକୁ ଆସିଛି । ନେପାଳର ସୋଲୁଖୁମ୍ବୁ ଜିଲ୍ଲାରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବାରୁ ବଡ଼ ଦୁର୍ଘଟଣା ଘଟିଛି । ଲ୍ୟାଣ୍ଡିଂ ସମୟରେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ମୃତକ ଜଣଙ୍କ ହେଲେ ବଳରାମରାମାଡୁର ବସନ୍ତ କୁମାର । ସେ ଫିସଟେଲ୍ ଏୟାର ହେଲିକପ୍ଟରରେ ସବାର ଥିଲେ । ସେହିପରି ଗୁରୁତର ଆହତ ଜଣଙ୍କ ହେଲେ ୪୯ ବର୍ଷୀୟ ଶୈଳେଶ କୃଷ୍ଣ ପଟେଲ । ତାଙ୍କୁ ଏୟାରଲିଫ୍ଟ କରାଯାଇ କାଠମାଣ୍ଡୁର ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଦୁର୍ଘଟଣାରେ ନେପାଳୀ ପାଇଲଟ ରବୀନ୍ଦ୍ର ପ୍ରଜାପତି ଏବଂ ପ୍ରଜ୍ଵଳ କେସି ମଧ୍ୟ ଆହତ ହୋଇଛନ୍ତି । ଦୁହିଁଙ୍କୁ ଚିକିତ୍ସା ପାଇଁ କାଠମାଣ୍ଡୁ ନିଆଯାଇଛି । ଦୁର୍ଘଟଣା ଘଟିଥିବା ଦୁଇ ହେଲିକପ୍ଟରରେ କେତେଜଣ ଯାତ୍ରୀ ଥିଲେ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଅଧିକ ପଢନ୍ତୁ