MMDR ପ୍ରସଙ୍ଗକୁ ନେଇ ବିଜେଡିର ବଡ଼ ଘୋଷଣା । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ବିଜୁ ଜନତା ଦଳ । ପ୍ରେସମିଟରେ ବିଜେଡି ବିଧାୟକ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏମଏମଡିଆର ଆଇନ ପ୍ରତ୍ୟାହାର କର, ନଚେତ ଆନ୍ଦୋଳନ କରିବୁ । ଅର୍ଥନୈତିକ ଅବରୋଧ , ବାଣିଜ୍ୟିକ ଅବରୋଧ ସହ ଆନ୍ଦୋଳନ କରିବ । ୨୦୦୫ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି ରାଜ୍ୟ ହରାଇଲା । ଖଣି ଖଣିଜ ସମ୍ପଦ ଥିଲା ବୋଲି ପୁଞ୍ଜି ନିବେଶକାରୀ ରାଜ୍ୟକୁ ଆସୁଥିଲେ । ସେ କ୍ଷମତା ଯେତେବଳେ କେନ୍ଦ୍ର ପାଖକୁ ଗଲା, ଆଉ ରାଜ୍ୟକୁ ଆସିବେ ତ ।ସେପଟେ MMDR ସଂଶୋଧନ ପ୍ରସଙ୍ଗକୁ ନେଇ କଡ଼ା ଜବାବ ରଖିଲେ ବିଜେପି ନେତା ଅମର ପଟ୍ଟନାୟକ । ସେ କହିଛନ୍ତି ଯେ, ବିଜେଡି ଅର୍ଥନୈତିକ ଅବରୋଧ କରିବା ଦ୍ୱାରା ଓଡ଼ିଶାର ଅଧିକ ଅର୍ଥନୈତକ କ୍ଷତି ହେବ । ବିଜେଡି ରାଜନୈତିକ ଫାଇଦା ହାସଲ କରିବା ପାଇଁ ଲୋକଙ୍କୁ ବିଭ୍ରାନ୍ତି କରୁଛି । ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି ।
