ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କ୍ୟାନ୍ସର ୱାର୍ଡରେ ସିଲିଂ ଖସିବା ଘଟଣା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି । ୱାର୍ଡର ବିଭିନ୍ନ ବେଡ୍ ଉପରେ ସିଲିଂ ଭୁଶୁଡ଼ି ପଡ଼ିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।ଲଗାତାର ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ତେବେ ସିଲିଂ ଖସିବାର ପ୍ରକୃତ କାରଣ ଏବଂ କୋଠାର ସାମଗ୍ରିକ ସ୍ଥିତି ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ ।
