ଏସବିଆଇ ଗ୍ରାହକଙ୍କ ଡାଟା ଲିକ୍ : ଆଲର୍ଟ ମୋଡରେ ଏବେ ବ୍ୟାଙ୍କ

ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଏକ ବଡ଼ ଧରଣର ଡାଟା ଲିକ୍ ଖବର ସାମ୍ନାକୁ ଆସିଛି। ଡାଟା ଲିକ୍ ଘଟଣାର ଶିକାର ହୋଇଥିବା ବ୍ୟାଙ୍କ ସ୍ପଷ୍ଟ କରିଛି। ୩,୮୯୭ ଗ୍ରାହକଙ୍କ ଡାଟା ଡାର୍କ ୱେବରେ ଲିକ୍ ହୋଇଥିବା ଜଣାପଡ଼ିଛି।ଏଥିରେ ନାମ, ମୋବାଇଲ୍ ନମ୍ବରଠାରୁ ଘର ଠିକଣା ଏବଂ ଋଣ ବାବଦରେ ସୂଚନା ସାମିଲ ରହିଛି । ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଗ୍ରାହକଙ୍କ ତଥ୍ୟକୁ ନେଇ ଚିନ୍ତା ବଢ଼ିଛି ।ଏସବିଆଇ କହିବା ଅନୁସାରେ, ଅକ୍ଟୋବର ୧୬ ତାରିଖରେ ବ୍ୟାଙ୍କକୁ ଏହି ଘଟଣାରେ ଏକ ଚେତାବନୀ ମିଳିଥିଲା । ସେବେଠାରୁ ବ୍ୟାଙ୍କ ଏହି ସାଇବର ଘଟଣାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଆରମ୍ଭ କରିଛି ଏବଂ ଘଟଣାର ତଦନ୍ତ ପାଇଁ ସାଇବର ସୁରକ୍ଷା ଏଜେନ୍ସିର ସାହାଯ୍ୟ ନେଇଛି । ଏହି ତଥ୍ୟ କେତେ ସଠିକ୍ ଭାବରେ ପ୍ରକାଶ ପାଇଛି, ଏହା କେଉଁଠୁ ଆସିଛି ଏବଂ ଏହା ଗ୍ରାହକଙ୍କ ପାଇଁ କେତେ ବିପଦ ସୃଷ୍ଟି କରିପାରେ ତାହା ଜାଣିବାକୁ ବ୍ୟାଙ୍କ ଚେଷ୍ଟା କରୁଛି । ଏହି ଘଟଣା ଦ୍ବାରା ବ୍ୟାଙ୍କ କାର୍ଯ୍ୟ, ଆର୍ଥିକ ପ୍ରଦର୍ଶନ କିମ୍ବା ବ୍ୟବସାୟ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିନାହିଁ। ସେବାଗୁଡ଼ିକ କୌଣସି ବାଧା ବିନା ଜାରି ରହିଛି।

ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ନିୟମ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ୟାଙ୍କ କହିଛି।

ଅଧିକ ପଢନ୍ତୁ