ଏହି ନଦୀରେ ସ୍ନାନ କଲେ ବ୍ରହ୍ମ ଦୋଷ ଓ ଶାରୀରିକ ରୋଗରୁ ମୁକ୍ତି ମିଳିଥାଏ ।

ପ୍ରକୃତିର ଏକ ଅଭିନ୍ନ ଅଙ୍ଗ ହେଉଛି ନଦୀ । ଭାରତୀୟ ସଂସ୍କତିରେ ନଦୀକୁ ମା ବା ଦେବୀଙ୍କ ସ୍ବରୂପ ମନାଯାଏ । କିନ୍ତୁ ଭାରତରେ ଏକ ଏପରି ନଦୀ ରହିଛି ଯାହାକୁ ଦୁନିଆର ଏକମାତ୍ର ପୁରୁଷ ନଦୀ କୁହାଯାଇଥାଏ । କଥା ଟା ଶୁଣିଲେ କୌତୁହଳ ଲାଗିବା ସ୍ୱାଭାବିକ । କାରଣ ସାଧରଣତଃ ଭାରତୀୟ ସଂସ୍କୃତିରେ ନଦୀକୁ ସ୍ତ୍ରୀର ଆଖ୍ୟା ଦିଆଯାଇଛି । ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ବ୍ରହ୍ମପୁତ୍ର ନଦୀକୁ କୌଣସି ଦେବୀ ରୂପେ ନୁହେଁ ବରଂ ଦେବତା ଭାବେ ବର୍ଣ୍ଣିତ ହୋଇଛନ୍ତି |ବ୍ରହ୍ମପୁତ୍ର ନଦୀର ଉତ୍ପତି ହିମାଳୟର ଉତ୍ତରରେ ଥିବା ତିବ୍ଦତର ପୁରଙ୍ଗ ଜିଲ୍ଲା ସ୍ଥିତ ମାନସରୋବର ନିକଟରେ ହୋଇଥାଏ । ପୁରାଣ କୁହେ, ଏହି ନଦୀର ଜନ୍ମ ବ୍ରହ୍ମାଙ୍କ ବରଦାନରୁ ହୋଇଛି । ବୌଦ୍ଧ ଓ ଜୈନ ଧର୍ମରେ ମଧ୍ୟ ଏହି ନଦୀକୁ ପୂଜା କରାଯାଇଥାଏ । ଭାରତରେ ଆସାମ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ସହ ଦେଶ ବାହାରେ ବାଂଲାଦେଶକୁ ମଧ୍ୟ ଛୁଇଁଛି । ଭାରତର ଦ୍ୱିତୀୟ ବୃହତ ନଦୀ ହେଉଛି ବ୍ରହ୍ମପୁତ୍ର ।

ବ୍ରହ୍ମପୁତ୍ର ନଦୀ ଭାରତର ୨ୟ ସବୁଠାରୁ ବଡ ନଦୀ । କେବଳ ଭାରତରେ ୨୭୦୦ କିଲୋମିଟର ଯାଏଁ ବହିଥାଏ ହ୍ମପୁତ୍ର ନଦୀ । ବ୍ରହ୍ମପୁତ୍ର ନଦୀକୁ ତିବ୍ଦତରେ ସାଗପୋ ଏବଂ ଚୀନରେ ୟାରଲୁଙ୍ଗ ଜାଗବୋ ନାମରେ ଜଣାଯାଇଥାଏ । ଦିବାଙ୍ଗ, ଲୋହିତସ ସିୟାଙ୍ଗ, ବୁଢି ଦିହେଙ୍ଗ, ତିସ୍ତା ଏବଂ ଧନସାରୀ ହେଉଛି ଏହାର ପ୍ରମୁଖ ସାଖା ନଦୀ ଅଟେ ।ସନାତନ ଧର୍ମର ମାନ୍ୟତା ଅନୁସାରେ ଏହି ନଦୀରେ ସ୍ନାନ କରିବା ପରେ ପାଖରେ ଥିବା ବ୍ରହ୍ମାଙ୍କ ମନ୍ଦିର ଦର୍ଶନ କଲେ ବ୍ରହ୍ମ ଦୋଷ ଓ ଶାରୀରିକ ରୋଗରୁ ମୁକ୍ତି ମିଳିଥାଏ ।

ଅଧିକ ପଢନ୍ତୁ