ଦଶହରାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କ୍ୱଚିତ୍ ରହିଛି । ତେବେ କିଛି ସ୍ଥାନରେ କାଁଭାଁ ବର୍ଷା ହୋଇପାରେ। ୧୯ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ରପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ଷା ଓ ଘଡ଼ଘଡ଼ି ସହିତ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆଜି ଜଗତସିଂହପୁର,କଟକ,କନ୍ଧମାଳ,ନବରଙ୍ଗପୁର,ରାୟଗଡ଼ା,କୋରାପୁଟ,ମାଲକାନଗିରି,ଗଂଜାମ,ଗଜପତି,ଭୁବନେଶ୍ଵର,ପୁରୀ,ଖୋର୍ଦ୍ଧା,ନୟାଗଡ଼ର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି। ୨୦ରେ କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା,କୋରାପୁଟ,ମାଲକାନଗିରି,ଗଜପତି ଓ ଗଞ୍ଜାମରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଅଛି।
