ଏୟାର ଇଣ୍ଡିଆ ବିମାନ ଖାଦ୍ୟରୁ ମିଳିଲା ବ୍ଲେଡ୍‌

ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ ଫ୍ରାନ୍ସିସ୍କୋ ବିମାନରେ ବଡ ତ୍ରୁଟି ସାମ୍ନାକୁ ଆସିଛି। ଏହି ବିମାନର ଯାତ୍ରୀଙ୍କ ଖାଦ୍ୟରେ ଏକ ବଡ ବ୍ଲେଡ ମିଳିଥିଲା। ଏହି ଘଟଣା ଜୁନ ୯ରେ ଘଟିଥିଲା ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ନିଜର ଭୁଲକୁ ସ୍ବୀକାର କରିଛି।ସୂଚନାନୁସାରେ, ମାଥର୍ସ ପାଲ ନାମକ ଜଣେ ଯାତ୍ରୀ ଏହି ଏୟାର ଇଣ୍ଡିଆ ବିମାନରେ ଫ୍ରାଏ ପଟାଟୋ ଏବଂ ଡିମିରି ଫଳର ଚାଟ୍ ଅର୍ଡର କରିଥିଲେ।

ଯାତ୍ରୀ ଖାଦ୍ୟ ଖାଉଥିଲେ ହଠାତ୍ ତାଙ୍କ ପାଟିରେ ଏକ କଠିନ ଜିନିଷ ଲାଗିବା ଅନୁଭବ କଲେ, ଯେତେବେଳେ ସେ ଏହାକୁ ବାହାର କରି ଦେଖିଲେ ଯେ ଏହା ଏକ ବ୍ଲେଡ୍। ସେ ସଙ୍ଗେ ସଙ୍ଗେ ଏହାକୁ କାଢି ପକାଇଥିଲେ।ଏହା ପରେ ଯାତ୍ରୀ ଜଣକ Xରେ ଏହି ଖାଦ୍ୟର ଚିତ୍ର ସେୟାର କରି ଲେଖିଥିଲେ,ଏହି ଘଟଣା ଏକ ବ୍ରାଣ୍ଡ ଭାବରେ ଏୟାର ଇଣ୍ଡିଆର ଭାବମୂର୍ତ୍ତିକୁ ବହୁ ମାତ୍ରାରେ କ୍ଷୁର୍ଣ୍ଣ କରିଛି। ଯଦିଓ ମୁଁ ନିରାପଦରେ ଅଛନ୍ତି, ଯଦି ଏହି ଖାଦ୍ୟ ଏକ ଶିଶୁଙ୍କ ନିକଟକୁ ଯାଇଥାନ୍ତା, ତେବେ ଏହା ଭିନ୍ନ ପରିସ୍ଥିତି ସୃଷ୍ଟି କରିଥାନ୍ତା। ଅଭିଯୋଗର ଜବାବରେ ଏୟାର ଇଣ୍ଡିଆ ଏହି ଘଟଣା ପାଇଁ କ୍ଷମା ମାଗିଛି ଏବଂ ତୁରନ୍ତ ଏହାର ସମୀକ୍ଷା କରିବ ଏବଂ ଏହାର ସମାଧାନ ନିଶ୍ଚିତ କରିବ ବୋଲି ଆଶ୍ୱାସନା ଦେଇଛି।

ଅଧିକ ପଢନ୍ତୁ