ଓଡିଶାରେ ନିର୍ମାଣ ହେବ ବିହାର ସଂଗ୍ରହାଳୟ ଶୈଳୀରେ ଅତ୍ୟାଧୁନିକ ସଂଗ୍ରାହଳୟ

ବିହାରର ପାଟନାସ୍ଥିତ ବିହାର ସଂଗ୍ରହାଳୟ ଶୈଳୀରେ ଓଡିଶାରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରାହଳୟ । ଏହି ସଂଗ୍ରହାଳୟ ହେବ ଓଡିଶା ଇତିହାସ, ଭୂଗୋଳ,ସାମାଜିକ ଜୀବନ ଓରାଜନୈତିକ ଯାତ୍ରର ଚଳନ୍ତି ଦସ୍ତାବିଜ । ଏହା ଓଡିଶାର ପରିଚୟ ହେବ । ଏଣୁ ଏହି ସଂଗ୍ରାହଳୟର ନିର୍ମାଣ କାର୍ଯ୍ୟ ଶ୍ରୀଘ୍ର ଆରମ୍ଭ କରିବାକୁ ଜୋର ଦେଇଛନ୍ତି ରାଜ୍ୟ ସରକାର ।ତେବେ  କଳିଙ୍ଗ ଯୁଦ୍ଧ, ଖାରବେଳଙ୍କ ଶାସନକାଳ,ଶିବ-ଶକ୍ତି ଓ ବୈଷ୍ଣବ ଧର୍ମର ପ୍ରଚାର କାଳ,ଜୈନ ଓ ବୌଦ୍ଧ କାଳ,ଓଡିଆ ସାହିତ୍ୟର କ୍ରମ ବିକାଶ, ସ୍ୱତନ୍ତ୍ର ପ୍ରଦେଶ ଗଠନ କାହାଣୀ,ଉତ୍କଳୀୟ କଳା ଓ କାରୁକାର୍ଯ୍ୟର ସ୍ୱର୍ଣ୍ଣିମ ଅଧ୍ୟାୟ,ଜଗନ୍ନାଥ ସଂସ୍କୃତି, ନଅଙ୍କ ଦୃଭିକ୍ଷ, ସିପାହୀ ବିଦ୍ରୋହ, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଆଦି ପ୍ରାଚୀନ ଓଡିଶାରୁ ନେଇ ଆଧୁନିତ ଓଡିଶା ସମ୍ପର୍କରେ ସବିଶେଷ ତଥିୟ ଓ କାହାଣୀ ଏଥିରେ ସ୍ଥାନ ପାଇବ ।

ଅଧିକ ପଢନ୍ତୁ