କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଲାପତା ଲେଡିଜ୍’ ୯୭ତମ ଏକାଡେମୀ ଆୱାର୍ଡ (ଅସ୍କାର) ଦୌଡ଼ରୁ ବାଦ୍ ପଡ଼ିଛି। ଫିଲ୍ମଟି ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ଶେଷ ୧୫ରେ ସ୍ଥାନ ପାଇବାରେ ବିଫଳ ହୋଇଛି।ଭାରତରେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରାଯାଇଥିଲା। ଏହି ଛୋଟ ବଜେଟ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା ।
କିନ୍ତୁ ‘ଲାପତା ଲେଡିଜ୍’ ଏହି ବର୍ଗରେ ମନୋନୀତ ୧୫ ଟି ଚଳଚ୍ଚିତ୍ର ମଧ୍ୟରେ ମଧ୍ୟ ନିଜର ସ୍ଥାନ ପାଇପାରନାହିଁ। ଭାରତର ଭରସା ଭାଙ୍ଗି ଯାଇଛି। ଗତକାଲି Academy of Motion Picture Arts and Sciences ପକ୍ଷରୁ ପରବର୍ତ୍ତୀ ରାଉଣ୍ଡ ପାଇଁ ୧୫ ଫିଲ୍ମର ନାମ ଘୋଷଣା କରାଯାଇଥିଲା। ଏଥିରେ ‘ଲାପତା ଲେଡିଜ୍’ ନାଁ ନାହିଁ। ଦର୍ଶକମାନେ ଆଶା କରିଥିଲେ ଯେ ଫିଲ୍ମକୁ ଚୟନ କରାଯିବ, କିନ୍ତୁ ଦୁଃଖର କଥା ଏହା ହୋଇପାରିଲା ନାହିଁ । ଫିଲ୍ମଟି ଓସ୍କାର ଦୌଡ଼ରୁ ବାଦ୍ ପଡ଼ିବା ପରେ ଆମୀର ଖାଁ ଏବଂ ତାଙ୍କ ଟିମ୍କୁ ମଧ୍ୟ ଝଟକା ଲାଗିଛି।