
ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୟାଗଡ ସ୍ଥିତ ନୀଳମାଧବ ହୋଟେଲ ଠାରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ନୟାଗଡ ଜିଲ୍ଲା କଂଗ୍ରସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନ ସୃଜନ ଅଭିଯାନର ଅଖିଳଭାରତ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତଥା ଦାଦ୍ରା ନଗର ହାବେଳୀର ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ମହେଶ ଶର୍ମା ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟି ଅଧକ୍ଷ ମାଲିକlର୍ଜୁନ ଖଡ଼ଗେ ଓ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ସହ ତୃଣମୂଳ କଂଗ୍ରେସ କର୍ମକର୍ତା ଓ କର୍ମିକ ମତାମତରେ ଜିଲ୍ଲା ସଭାପତି ଚୟନ କରିବାପାଇଁ ସରା ଭାରତବର୍ଷ ସବୁ ରାଜ୍ୟରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି, ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ନୟାଗଡ ଜିଲ୍ଲାରେ ଆଠଦିନ ଧରି ଏହି କାର୍ଯ୍ୟକ୍ରମ ଚଳିବ l ପ୍ରତି ବ୍ଲକ ଏନଏସିରେ ଏହି ସଂଗଠନ ସୃଜନ ଅଭିଜନ କାର୍ଯ୍ୟକ୍ରମରେ ଜିଲ୍ଲାର ମିଡ଼ିଆ, ଓକିଲ, ବଣିକ ସଂଘ, ଶ୍ରମିକ ସଂଗଠନ, ଗଣ ସଂଗଠନର କାର୍ଯ୍ୟ କାର୍ଯ୍ୟକର୍ତା ମାନଙ୍କୁ ଭେଟି ସେମାନଙ୍କ ମତାମତ ଗ୍ରହଣ କରାଯିବ l ଓଡ଼ିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ହୋଇ ଜିଲ୍ଲା ରେ କଂଗ୍ରେସ୍ ସଂଗଠନ କିପରି ସୁଦୃଢ ହେବ ଏବଂ ବୁଥ ଲେବୁଲରୁ କଂଗ୍ରେସ କର୍ମୀ କଂଗ୍ରେସ୍ ପ୍ରତି ଆକ୍ରୁଷ୍ଟ ହୋଇ ସଂଗଠନ କୁ ଆଗେଇ ନେବେ ଏବଂ ନୟାଗଡ଼ ଜିଲ୍ଲାରେ କଂଗ୍ରେସ୍ କିଭଳି ସୁଫଳ ହେବା ତାହା ସାମ୍ବାଦିକ ସମ୍ମିଳନୀ ରେ ଆଲୋକ ପାତ କରିଥିଲେ। ନୟାଗଡ଼ ଜିଲ୍ଲାରେ ଜଣେ କଂଗ୍ରେସ ସଭାପତି ହେବା ପାଇଁ ଯୋଉ ଆଲୋଚନା ଚାଲିଛି ତାର ଖୁବଶୀଘ୍ର ସମାଧାନ ହେବ l ଏଥିରେ ଉପସ୍ଥିତ ଥିଲେ ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ସଭାପତି ରଞ୍ଜିତ ଦାଶ,ବରିଷ୍ଟ ନେତା ହୁସେନ ଖାନ, ମନୋଜ ସାହୁ, ବିଭୁ ପ୍ରସାଦ ମିଶ୍ର, ବୈଜନ୍ତିମାଳା ମହାନ୍ତି,କମଳ ଲୋଚନ ସାହୁ, ଫକୀର ମଲ୍ହ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ,ପୀତବାଶ ଖୁଣ୍ଟିଆ,ପ୍ରତୀକ ମହାପାତ୍ର, ପ୍ରକାଶ ନାୟକ, ନୟାଗଡ଼ ବ୍ଲକ୍ ଛାତ୍ର ନେତା ସରାଫତ ଖାନ୍, ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତି ପ୍ରକାଶ ରାଉତ,ଶାଶ୍ଵତ ରଞ୍ଜନ ପ୍ରଧାନ, ଓମ ପ୍ରଧାନ, ତାନିଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। By:-Laxmidhar Sahoo