Dtd -7/3/26-ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣାରେ ପଞ୍ଚ ବର୍ଷର ନାବଳକଙ୍କୁ ଗଳା କାଟି ହତ୍ୟା। ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ। ଏଭଳି ଘଟଣା ଘଟିଛି ଚାଟିକଣା ଷ୍ଟେସନ ସାହିରେ। ହାତ୍ୟର ଶିକାର ହୋଇଥିବା ନାବାଳକ ଜଣକ ପୁରୁଷୋତ୍ତମ ଗାନ୍ତାୟତଙ୍କ ବଡ଼ ପୁଅ ଋଷି ଗାନ୍ତାୟତ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଋଷିର ମାମୁଁଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ମେସଜ ଆସିଥିଲା। ସେହି ମେସେଜରେ ନାବାଳକ ରୁଷିକୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୪ ଲକ୍ଷ ଟଙ୍କା ଦାବୀ କରାଯାଇଥିଲା। ସକାଳ ସୁଦ୍ଧା ୪ଲକ୍ଷ ଟଙ୍କା ନ ଦେଲେ ରୁଷି କୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ସଂକ୍ରାନ୍ତିରେ ପୋଲିସ କିମ୍ବା କୌଣସି ବାହାର ଲୋକ କୁ ଜଣେଇ ଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା। ଋଷିର ମାମୁଁ କୁ ଏହି ମେସେଜ ଆସିବା ପରେ ଏ ସଂକ୍ରାନ୍ତରେ ଋଷିର ପିତା କୁ ଜଣେଇ ଥିଲେ। ଏହା ପରେ ପରିବାର ଲୋକ ଋଷି କୁ ବହୁ ଖୋଜାଖୋଜି କରିବା ପରେ କିଛି ଘଣ୍ଟା ପରେ ନାବାଳକ ଋଷି ର ତାଙ୍କ ପୁରୁଣା ଘର ପଛ ପଟେ ଋଷି ର ମୃତ ଦେହ ଉଦ୍ଧାର ହୋଇଥିଲା। କେହି ତାଙ୍କୁ ପ୍ରଥମେ ଗଳା କାଟି ହତ୍ୟ କରିବା ପରେ ଏକ ଅଖା ବସ୍ତା ରେ ପୁରାଇ ଫପାଡି ଦେଇଥିବା ଜଣା ପଡିଛି। ଖବର ପାଇବା ପରେ ବିଷମ କଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
