ପଞ୍ଜାବରୁ ନ୍ୟୁ ଜଲପାଇଗୁଡ଼ି ଯାଉଥିବା କର୍ମଭୂମି ଏକ୍ସପ୍ରେସରେ ଶୁକ୍ରବାର ଅପରାହ୍ଣରେ ନିଆଁ ଲାଗିଛି । ପଞ୍ଜାବର ପଟିଆଲା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଚାରିଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ନିଆଁ ଲାଗିବା ପରେ ଚାରିଆଡ଼େ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି ।ଟ୍ରେନର ଚାରିଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ନିଆଁ ଲାଗିବା ପରେ ଚାରିଆଡ଼େ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । ପ୍ରଥମିକ ସୂଚନା ଅନୁସାରେ, ଟ୍ରେନ୍ ଚଳନ୍ତା ଅବସ୍ଥାରେ ଥିବା ସମୟରେ ହଠାତ୍ ଭୀଷଣ ନିଆଁ ଲାଗିଯାଇଥିଲା । ପଟିଆଲା ନିକଟ ରାଜପୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ତେବେ ଆଶ୍ୱସ୍ତି କଥା ହେଉଛି, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳବାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ପ୍ରତ୍ୟେକ ଦିଗକୁ ଯାଞ୍ଚ କରାଯିବ ବୋଲି ରେଳବାଇ କହିଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।
